Below header

ନ୍ୟୁଜିଲାଣ୍ଡକୁ ପଛରେ ପକାଇଲା ଭାରତ, ଦିନିକିଆ ରାଙ୍କିଂରେ ନଂ ୧ ହେଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ କରିବା ପରେ ଦିନିକିଆ କ୍ରିକେଟର ଭାରତ ନଂ ୧ ହୋଇଛି । ଶେଷ ଦିନିକିଆକୁ ୯୦ ରନରେ ଜିତିବା ପରେ ଭାରତ ଶୀର୍ଷ ସ୍ଥାନ ଅଧିକାର କରିଛି । ଭାରତ ନଂ ୧ ସ୍ଥାନକୁ ଆସିବା ପରେ ନ୍ୟୁଜିଲାଣ୍ଡ ୪ ନଂ ସ୍ଥାନକୁ ଖସିଛି । ଆଇସିସି ଦିନିକିଆ ରାଙ୍କିଂରେ ନ୍ୟୁଜିଲାଣ୍ଡକୁ ପଛକୁ ଖସାଇ ଏକ ନମ୍ବର ହୋଇଛି ଟିମ୍ ଇଣ୍ଡିଆ ।

ମ୍ୟାଚ୍ ପୂର୍ବରୁ ୧୧୩ ପଏଣ୍ଟ ସହ ରାଙ୍କିଂରେ ୩ନମ୍ବର ସ୍ଥାନରେ ଥିଲା ଦଳ । ଏବେ ୧୧୪ ପେଣ୍ଟ ସହ ଶୀର୍ଷକୁ ଯାଇଛି ରୋହିତ ବାହିନୀ । ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ୪ନଂକୁ ଖସିଛି ନ୍ୟୁଜିଲାଣ୍ଡ । କେବଳ ଦିନିକିଆ ନୁହେଁ ଟି-୨୦ରେ ବି ଭାରତ ଏକ ନମ୍ବର ସ୍ଥାନରେ ରହିଛି । ଟି-୨୦ ଫର୍ମାଟରେ ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ପାକିସ୍ତାନ । ସୀମିତ ଓଭରର ଦୁଇଟି ଯାକ ଫର୍ମାଟରେ ଭାରତ ଦବଦବା ଜାରି ରଖିଛି ।

ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚ ହାରିବା ସହିତ ଦିନିକିଆ ମ୍ୟାଚରେ ୭ ଥର ଲଗାତାର ବିଜୟ ହାସିଲ କରିଛି ଭାରତ । ଏହାପର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ୩-୦ରେ ଜିତିଥିଲା ଭାରତ । ଏହା ପୂର୍ବରୁ ବାଂଲାଦେଶ ସିରିଜକୁ ମଧ୍ୟ ଜିତିଥିଲା ଭାରତ ।

ସୂଚନାଯୋଗ୍ୟ, ତୃତୀୟ ତଥା ଅନ୍ତିମ ଦିନିକିଆରେ ୯୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଏହି ସଫଳତା ହାସଲ କରିଛି । ଡେଭନ କନଓ୍ଵଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ୩୮୬ ରନ ଟାର୍ଗେଟକୁ ପିଛା କରୁଥିବା କିଓ୍ଵି ଦଳ ୨୯୫ ରନ୍ରେ ଅଲଆଉଟ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ ହରାଇ ୩୮୫ ରନ୍ କରିଥିଲା । ରୋହିତ ଏବଂ ଗିଲଙ୍କ ଶତକୀୟ ଇଂନିସ ବଳରେ ୩୮୫ ରନ୍ କରିଥିଲା ଟିମ ଇଣ୍ଡିଆ । ରୋହିତ ୧୦୧, ଶୁବମନ୍ ୧୧୨ ରନ୍ କରିଥିଲେ । ଘାତକ ବୋଲିଂ ପାଇଁ ସାର୍ଦ୍ଦୁଳ ଠାକୁରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ଶୁବମନ୍ ଗିଲଙ୍କୁ ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.