ଚେନ୍ନାଇରେ ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ

ଚେନ୍ନାଇ: ଚେନ୍ନାଇରେ ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ, ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍‌କୁ ଫେରିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ଜିତିବାକୁ ହେବ । ନଚେତ ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିବ ।

ତେଣୁ ଏହି ମ୍ୟାଚକୁ ନେଇ ବିରାଟ ବାହିନୀ ନୂଆ ଗେମ ପ୍ଲାନ କରିଛି । ସେହିପରି ଇଂଲଣ୍ଡ ଦଳ ଏହି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ହେବାକୁ ଚେଷ୍ଟା କରିବ । କରୋନା ମଧ୍ୟରେ ପ୍ରଥମ ଥର ଗ୍ୟାଲେରୀରେ ବସି ଖେଳ ଦେଖିବେ ଦର୍ଶକ । ଏଥିପାଇଁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକମାନେ ଟିକେଟ୍‌ କାଟିବା ସହିତ ଖେଳକୁ ଦେଖିବାକୁ ଉତ୍ସାହ ଦେଖାଦେଇଛି । କରୋନା ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ୍‌ ଜଗତରେ ନୀରବତା ଛାଇ ରହିଥିଲା । ସଂକ୍ରମଣ ଥମିଥିବାବେଳେ ପୁଣି ପଡିଆକୁ ଫେରିଛି କ୍ରିକେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.