ଇଏ କି ଓ୍ଵିକେଟ୍‌ କରିଛି ଦକ୍ଷିଣ ଆଫ୍ରିକା, ୫୭ ଓଭରରେ ଦୁଇ ଦଳ ଅଲ୍‌ ଆଉଟ୍‌ ?

ସମୁଦାୟ ୫୭ ଓଭର ଓ ଗୋଟିଏ ବଲ୍‌ ଖେଳା ଯାଇଛି । ସେଥିରେ ଉଭୟ ଦଳର ୧୦ଟି ଲେଖାଏଁ ମୋଟ୍‌ ୨୦ଟି ଓ୍ଵିକେଟ୍‌ର ପତନ ଘଟିଛି ।

ନ୍ୟୁଲାଣ୍ଡ : ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଆଜି ହେଉଛି ପ୍ରଥମ ଦିନ । ତେବେ ଏପର୍ଯ୍ୟନ୍ତ ସମୁଦାୟ ୫୭ ଓଭର ଓ ଗୋଟିଏ ବଲ୍‌ ଖେଳା ଯାଇଛି । ସେଥିରେ ଉଭୟ ଦଳର ୧୦ଟି ଲେଖାଏଁ ମୋଟ୍‌ ୨୦ଟି ଓ୍ଵିକେଟ୍‌ର ପତନ ଘଟିଛି । ବୋଲରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି କେପଟାଉନ୍‌ ନ୍ୟୁଲାଣ୍ଡର ଏହି ପିଚ୍‌ । ତେବେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୫୫ ରନରେ ଅଲଆଉଟ୍‌ ହୋଇଥିବା ବେଳେ ଭାରତ ୧୫୩ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଛି ।
ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ଦୁଇଜଣ ବ୍ୟାଟରଙ୍କ ବ୍ୟତୀତ ଆଉ କେହି ୧୦ ରନ୍‌ ପାର କରି ପାରିନଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୯ ଓଭରରେ ୧୫ ରନ୍‌ ଦେଇ ୬ଟି, ବୁମରା ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର ୨୩.୨ ଓଭର ଖେଳି ପାରିଥିଲା ।

ପରେ ଭାରତୀୟ ଦଳର ମଧ୍ୟ ସମାନ ଅବସ୍ଥା ହୋଇଥିଲା । ତେବେ ଅଧିନାୟକ ରୋହିତ ଶର୍ମା ୫୦ ବଲରେ ୩୯, ଶୁବମାନ ଗିଲ ୫୫ ବଲରେ ୩୬ ଏବଂ ବିରାଟ କୋହଲି ୫୯ ବଲରେ ୪୬ ରନ୍‌ କରି ଦଳକୁ ଶହେ ରନ୍‌ ପାରି କରାଇ ଦେଇଥିଲେ । ଭାରତୀୟ ଦଳ ଘରୋଇ ଦକ୍ଷିଣ ଆଫ୍ରିକା ଠାରୁ ୯୮ ରନ୍‌ରେ ଆଗୁଆ ରହିଛି । ଦଳର ୭ ଜଣ ବ୍ୟାଟର ଶୂନ କରିଛନ୍ତି ।

score-1

 

score-2

score-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.