ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ: ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

୨୫ ରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ପ୍ଲେଇଂ ୧୧ରେ ଅଦଳ ବଦଳ କରିପାରେ। ବିଶେଷ କରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଜାଡେଜା ଚଳିତ ସିରିଜରେ ୪୪ ଓଭର ବୋଲିଂ କରିବା ସତ୍ତ୍ୱେ ଗୋଟିଏ ହେଲେ ବି ଓ୍ଵିକେଟ୍‌ ଅକ୍ତିଆର କରିପାରିନଥିଲେ।

ଅନ୍ୟପଟେ ଇଂଲଣ୍ଡର କାମଚଳା ସ୍ପିନର ମୋଇନ ଅଲ୍ଲୀ ୩ଟି ଓ୍ଵିକେଟ୍‌ ନେବାରେ ସଫଳ ହୋଇଥିଲେ। ଏହା ସହ ଲର୍ଡସ୍‌ରେ ବର୍ଷା ସମ୍ଭାବନା କମ୍‌। ତେଣୁ ଟର୍ଣ୍ଣିଂ ପଏଣ୍ଟ ହୋଇପାରନ୍ତି ସ୍ପିନର ଅଶ୍ୱିନ। ଶୁଖିଲା ପିଚ୍‌ ପାଇଁ ତୃତୀୟ ଓ ଚତୁର୍ଥ ଦିନରେ ଏଠାରେ ସ୍ପିନର ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରନ୍ତି। ଏହା ସହ ବ୍ୟାଟିଂ ଅର୍ଡରରେ ଛୋଟ ମୋଟ ପରିବର୍ତ୍ତନ କରିପାରନ୍ତି କ୍ୟାପ୍‌ଟେନ୍‌ କୋହଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.