ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ, ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦କୁ ୨-୧ରେ ସିରିଜ କବଜା କରିଛି । ଏବେ ଦିନିକିଆ ଉପରେ କ୍ରୀଡାପ୍ରେମୀଙ୍କ ନଜର । ଦିନିକିଆ ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କ ଉପରେ ରହିଛି । ଗୌହାଟୀରେ ଖେଳାଯିବ ପ୍ରଥମ ଓ୍ଵାନ୍‌ ଡେ । ବାଂଲାଦେଶ ବିପକ୍ଷ ସିରିଜରେ ଆହତ କାରଣରୁ ସେ ଟି-୨୦ ଶୃଙ୍ଖଳା ଖେଳିପାରିନଥିଲେ ।

ଏବେ ସେ ଫିଟ୍‌ ହୋଇ ପଡିଆକୁ ଓହ୍ଲାଉଛନ୍ତି । ବିରାଟ କୋହଲି ମଧ୍ୟ ଟିମକୁ ଫେରିଛନ୍ତି । ଟିମ୍‌ରେ ଅଛନ୍ତି ଲୋକେଶ ରାହୁଲ, ଶୁମବନ ଗିଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ଭଳି ଖେଳାଳି । ତେବେ ପ୍ଲେଇଂ ଇଲେଭେନରେ କିଏ ସ୍ଥାନ ପାଉଛି, ତା ଉପରେ ନଜର ରହିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.