Below header

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ୧୮୮ରେ ଅଲ୍‌ଆଉଟ ହେଲା ଅଷ୍ଟ୍ରେଲିଆ, ଜିତିବା ପାଇଁ ୧୮୯ ରନ୍‌ର ଲକ୍ଷ୍ୟ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୧୮୯ ରନ୍‌ର ଲକ୍ଷ୍ୟ ମିଳିଛି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୧୮୯ ରନ୍‌ର ଲକ୍ଷ୍ୟ ମିଳିଛି।

ଅଷ୍ଟ୍ରେଲିଆ ଟିମ୍‌ ୩୫.୪ ଓଭରରେ ଅଲ୍‌ଆଉଟ୍‌ ହୋଇ ମାତ୍ର ୧୮୮ ରନ୍‌ କରିବାରେ ସକ୍ଷମ ହୋଇଛି। ଆଉଟ୍‌ ହେବାକୁ ଏଡମ୍‌ ଜାମ୍ପା ଥିଲେ ଶେଷ ଖେଳାଳି, ଯାହାଙ୍କୁ ମହମ୍ମଦ ସିରାଜ ଆଉଟ୍‌ କରିଥିଲେ।

ଅଷ୍ଟ୍ରେଲିଆ ଟିମ୍‌ରେ ବି ରେଗୁଲାର କ୍ୟାପଟେନ୍‌ ପ୍ୟାଟ୍ କମିନ୍ସ ନାହାଁନ୍ତି। ତାଙ୍କ ଅନୁପସ୍ଥିତିରେ ଷ୍ଟିଭ୍ ସ୍ମିଥ୍ ଦଳ ସମ୍ଭାଳୁଛନ୍ତି। ସେହିପରି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟିକତ୍ୱ ସମ୍ଭାଳୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟିସ୍‌ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

କହି ରଖୁଛୁ, ଚଳିତ ବର୍ଷ ଶେଷରେ ଭାରତ ଦ୍ୱାରା ଦିନିକିଆ ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଛି। ଏମିତିରେ ଉଭୟ ଦଳ ପାଇଁ ବିଶ୍ୱକପ୍‌କୁ ନେଇ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.