୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତ ଚାମ୍ପିଅନ୍, ଇଂଲଣ୍ଡକୁ ୪ ୱିକେଟରେ ହରାଇ ହାସଲ କଲା ବିଶ୍ୱକପ୍‌ କ୍ରିକେଟ୍‌ ଟ୍ରଫି

କେନ୍ୟୁଜ୍(ବ୍ୟୁରୋ):  ଭାରତକୁ ପଞ୍ଚମ ଟାଇଟଲ । ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତ ଚାମ୍ପିଅନ୍‌। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ବିଶ୍ୱକପ୍‌ କ୍ରିକେଟ୍‌ ଟ୍ରଫି  କରିଛି ଟିମ୍‌ ଇଣ୍ଡିଆ । ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ଟିମ ୪୪ ଦଶମିକ ୫ ଓ ଓଭରରେ ୧୮୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଜବାବରେ ଭାରତ ୪୭ ଦଶମିକ ୪ ଓଭରରେ ୬ ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା। ୫ଟି ୱିକେଟ୍‌ ସଂଗ୍ରହ କରି ରାଜ ବାୱା ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରୋଭିସଙ୍କୁ ପ୍ଲେୟାର ଅଫ୍‌ ଦ ସିରିଜ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜେମ୍ସ ରିଉ ସର୍ବାଧିକ ୯୫ ରନ୍‌ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.