ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ଭାରତର ୬ ଓ୍ଵିକେଟରେ ବିଜୟ
ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ଭାରତ ୬ ଓ୍ଵିକେଟରେ ବିଜୟଲାଭ କରିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମଦାର ବୋଲିଂ ଓ ଫିଲ୍ଡିଂ ସତ୍ତ୍ୱେ ଭାରତ ପାଇଁ ବିଜୟ ସହଜ ହୋଇ ନଥିଲା । ଭାରତକୁ ବିଜୟ ପାଇଁ ଶେଷ ବଲ୍ ଯାଏ ଅପେକ୍ଷା କରିବାକୁ ପଡିଥିଲା ।ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୮ ଓ୍ଵିକେଟରେ ୯୯ ରନ କରିଥିବା ବେଳେ ଭାରତ ବିଜୟ ପାଇଁ ୧୦୦ ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ୪ ଓ୍ଵିକେଟ ହରାଇ ୧୯.୫ ବଲରେ ୧୦୧ ରନ କରି ମ୍ୟାଚ୍ ଜିତି ନେଇଛି ।
ନ୍ୟୁଜିଲାଣ୍ଡକୁ କମ ମାତ୍ର ୯୯ ରନ କରିଥିଲେ ମଧ୍ୟ ଭାରତ ପାଇଁ ବିଜୟ ବି ଏତେ ସହଜ ନଥିଲା । ଭାରତ ତା’ର ବିଜୟ ପ୍ରାପ୍ତି ପାଇଁ ଶେଷ ଯାଏ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଥିଲା । ଭାରତର ସୂର୍ଯ୍ୟ କୁମାର ଯାଦବ ୩୧ ବଲେରେ ସର୍ବାଧିକ ୨୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ବଲରେ ୧୫ ରନ କରି ନଟଆଉଟ ରହିଥିଲେ । ସେହିପରି ଗିଲ୍ ୯ ବଲରେ ୧୧ ରନ୍, ଇଶାନ ଖାନ୍ ୩୨ ବଲରେ ୧୯ ରନ କରି ରନ ଆଉଟ ହୋଇଥିଲେ । ରାହୁଲ ତ୍ରପାଠି ୧୮ ବଲରେ ୧୩ ରନ କରିଥିବା ବେଳେ ସୁନ୍ଦର ୯ ବଲରେ ୧୦ ରନ କରି ରନ୍ ଆଉଟ ହୋଇଥିଲେ । ଭାରତ ୨୦ ଓଭରରୁ ଗୋଟିଏ ବଲ ବାକି ଥାଇ ୪ ଓ୍ଵିକେଟରେ ୧୦୧ ରନ କରି ମ୍ୟାଚ ଜିତି ନେଇଛନ୍ତି ।
ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ଜିଣି ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୯୯ ରନ୍ ସଂଗ୍ରହ କରିବା ପରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୦୦ ରନ୍ ର ବିଜୟ ଲକ୍ଷ୍ୟ ମିଳିଥିଲା।
ନ୍ୟୁଜିଲାଣ୍ଡ ପାଇଁ ମିଚେଲ ସଣ୍ଟନର ବ୍ୟକ୍ତିଗତ ଭାବେ ସର୍ବାଧିକ ୧୯ ରନ୍ ସଂଗ୍ରହ କରିଥିଲେ। ସେହିପରି ମାର୍କ ଚାମ୍ପମ୍ୟାନ ଓ ମିଚେଲ ବ୍ରାସୱେଲ ୧୪-୧୪ ରନ୍ ଯୋଡ଼ିଥିଲେ। ପ୍ରାରମ୍ଭିକ ବ୍ୟାଟର ଫିନ୍ ଆଲେନ୍ ଓ ଡେୱନ କନ୍ୱେ ୧୧ ରନ୍ ଲେଖାଏଁ ଯୋଡ଼ିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ହୁଦା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।