କୋଲକତା ଇଡେନ ଗାର୍ଡେନ୍‌ରେ ପ୍ରଥମ ଟି-୨୦ ଜିତିଲା ଭାରତ, ୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା

କୋଲକତା: କୋଲକତା ଇଡେନ ଗାର୍ଡେନ୍‌ରେ ପ୍ରଥମ ଟି-୨୦ ଜିତିଲା ଭାରତ । ୬ ଓ୍ଵିକେଟରେ ଭ୍ରମଣକାରୀ ଦଳକୁ ହରାଇଲା ଟିମ୍‌ ଇଣ୍ଡିଆ । ୧୫୮ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୪ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୦ରନ୍‌ କରିିଥିଲେ । ସୂର୍ଯ୍ୟ କୁମାର ଯାଦବ ୩୪ ଓ ଭେଙ୍କଟେସ ଆୟାର ୨୪ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ଦୁଇ ଓପନର ରୋହିତ ଓ ଇଷାନ ଆରମ୍ଭରୁ ଭଲ ଖେଳିଥିଲେ । ପ୍ରଥମ ଓ୍ଵିକେଟ ପାଇଁ ୬୪ ରନ୍‌ ଯୋଡ଼ିଥିଲେ ।

ରୋହିତଙ୍କ ପରେ ଇଷାନ ୩୫ ରନ୍‌ କରି ଆଉଟ୍‌ ହୋଇଥିଲେ । ପୁଣି ଫେଲ୍‌ ମାରିଲେ କୋହଲୀ । ମାତ୍ର ୧୭ ରନ୍‌ କରି ଆଉଟ୍‌ ହୋଇଥିଲେ ।ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ରୋଷ୍ଟନ୍‌ ଚେସ୍‌ ୨ ଓ୍ଵକେଟ୍‌ ନେଇଥିବା ବେଳେ ସେଲ୍‌ଡ୍ରନ୍‌ କଟ୍ରେଲ୍‌ ଓ ଫାବିଆନ୍‌ ଆଲେନ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ରୋହିତ ଶର୍ମା । ଯୁବ ତାରକା ନିକୋଲାସ୍‌ ପୁରନ୍‌ ଏବଂ କାଏରନ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ କାରେବିଆନ୍‌ ଟିମ୍‌ ୭ ଓ୍ଵିକେଟ୍‌ ହରାଇ ୧୫୭ ରନ୍‌ କରିପାରିଥିଲା । ଭାରତ ପକ୍ଷରୁ ବିଷ୍ଣୋଇ ଓ ହର୍ଷଲ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ସଫଳତା ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.