ବିଦେଶରେ ଚମକିଲେ ଭାରତର ବାଳିକା ରଗ୍ବୀ ଦଳ, ସେଭେନ୍ସ ଟ୍ରଫିରେ ହାତେଇଲା ରୌପ୍ୟ
ପୁଣି ବିଦେଶରେ ଚମକିଲେ ଭାରତ ବାଳିକା ରଗ୍ବୀ ଦଳ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆ ରଗ୍ବୀ ସେଭେନ୍ସ ଟ୍ରଫିରେ ଭାରତୀୟ ରଗ୍ବୀ ଦଳକୁ ରୌପ୍ୟ ମିଳିଛି । ଭାରତୀୟ ଦଳରେ ଅଛନ୍ତି କିସ୍ର ୩ଜଣ ଛାତ୍ରୀ ଅଛନ୍ତି । ଏମାନେ ହେଲେ ହୁପି ମାଝୀ, ସୁମିତ୍ରା ନାୟକ, ମୀରାରାଣି ହେମ୍ବ୍ରମ୍ । ସେହିପରି ଭୁବନେଶ୍ୱରର ଶୁଭଲକ୍ଷ୍ମୀ ବାରିକ ଭାରତୀୟ ଟିମରେ ଅଛନ୍ତି । ଏହି ସଫଳତା ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିମର ୩ ଜଣ କିସ୍ ଛାତ୍ରୀ ଧନ୍ୟବାଦ ଜଣାଇଛନ୍ତି ।