ଭାରତ-ନ୍ୟୁଜିଲାଣ୍ଡ ମହିଳା ଦିନିକିଆ : ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କଲା ଭାରତୀୟ ଦଳ

ମାଉଣ୍ଟ ମୌଙ୍ଗାନୁଇ : ଭାରତୀୟ ମହିଳା କ୍ରିକେଟ୍‌ ଦଳର ଆଉ ଏକ ପାଓ୍ଵାରଫୁଲ ପ୍ରଦର୍ଶନ । ଠିକ୍‌ ପୁରୁଷ ଦଳର ସମକକ୍ଷ ବୋଲି ପ୍ରମାଣିତ କରି ଆଜି ଏଠାରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଅତି ସହଜରେ ଜିତିବା ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍‌ ବିଜୟୀ ହୋଇଛି ।
ଏଇ ପଡ଼ିଆରେ ଭାରତୀୟ ପୁରୁଷ ଦଳ ଗତକାଲି ତୃତୀୟ ଦିନିକିଆରେ ୭ ଓ୍ଵିକେଟ୍‌ରେ ଜିତି ସିରିଜ୍‌ ଦଖଲ କରି ନେଇଥିଲା । ଏହାପରେ ଆଜି ଅଧିନାୟିକା ମିତାଲି ରାଜ ଏବଂ ଗତ ମ୍ୟାଚ୍‌ରେ ଶତକ କରିଥିବା ସ୍ମୃତି ମାନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଛି । ଏହି ବିଜୟ ସହ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି ।

MITHALI
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡକୁ ଭାରତୀୟ ବୋଲରମାନେ ମାତ୍ର ୧୬୧ ରନ୍‌ରେ ସୀମିତ ରଖିଥିଲେ । ଏହାପରେ ସ୍ମୃତି ମାନ୍ଧାନା ୮୩ ବଲ୍‌ରୁ ୯୦ (୧୩ ଚୌକା ଓ ୧ ଛକା) ଏବଂ ମିତାଲି ରାଜ୍‌ ୧୧୧ ବଲ୍‌ରୁ ୬୩ ରନ୍‌ କରି ଦଳକୁ ଜିତାଇ ଦେଇଥିଲେ । ୩୬ତମ ଓଭରର ଦ୍ୱିତୀୟ ବଲ୍‌ରେ ଦଳ ପକ୍ଷରୁ ମିତାଲି ବିଜୟସୂଚକ ଛକା ମାରିଥିଲେ ।

ସ୍କୋର : ନ୍ୟୁଜିଲାଣ୍ଡ-୧୬୧ ଅଲ୍‌ଆଉଟ୍‌, ୪୪.୨ ଓଭର (ଏମି ସାଟର୍ଥେଓ୍ଵଟ୍‌ ୭୧ । ଝୁଲଣ ଗୋସ୍ୱାମୀ ୩/୨୩, ଏକତା ବିସ୍ତ ୨/୧୪, ଦୀପ୍ତି ଶର୍ମା ୨/୯, ପୁନମ ଯାଦବ ୨/୩୮) ।
ଭାରତ-୧୬୬/୨, ୩୫.୨ ଓଭର (ସ୍ମୃତି ମାନ୍ଧାନା ଅପରାଜିତ ୯୦, ମିତାଲି ରାଜ ଅପରାଜିତ ୬୩ ) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.