ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ, ଦମ୍‌ଦାର ହେବ ମ୍ୟାଚ୍‌

ଆଇପିଏଲ୍‌ର ୧୩ ତମ ସିଜନ୍‌ର ୧୩ ତମ ମୁକାବିଲା ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଖେଳାଯିବ। ଆବୁଧାବିର ଶେଖ୍‌ ଜାୟଦ ଷ୍ଟାଡିୟମ୍‌ରେ ଏହି ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ। ଗତ ହାରିବାର ଦୁଃଖକୁ ଭୁଲି ନୂଆ ଜୋସ୍‌ ସହ ଉଭୟ ଟିମ୍‌ ମଇଦାନକୁ ଓହ୍ଲାଇବେ ଓ ଜିତ୍‌ ହାସଲ କରିବାକୁ ଚେଷ୍ଟା କରିବେ।

ରବିବାର କିଙ୍ଗସ୍‌ ଇଲେଭେନ୍‌ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ ୨୨୪ ରନ୍‌ର ଲକ୍ଷ୍ୟ ଦେଇଥିଲା। କିନ୍ତୁ ସେ ସେତିକି ରନ୍‌ କରିନପାରି ପରାଜୟ ବରଣ କରିଥିଲା। ଅନ୍ୟପଟେ ମୁମ୍ବାଇ କିରନ ପୋଲାର୍ଡ ଓ ଈଶାନ କିଶନଙ୍କ ଧମାକାଦାର ଖେଳ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୦୨୦ ରନ୍‌ର ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରୟାସ କରିଥିଲା। କିନ୍ତୁ ଶେଷରେ ସୁପର ଓଭରରେ ସେ ହାରିଥିଲା। ତେଣୁ ଆଜିର ମ୍ୟାଚ୍‌ ଉଭୟଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ।

You might also like