ଆଇପିଏଲ୍‌ ୨୦୨୦: ଆଜି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ୍‌ରେ ଆଜି ମୁହାଁମୁହିଁ ହେବେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଟିମ୍‌। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ‘କୋହଲି ଆଣ୍ଡ ଟିମ୍‌’ ବିଜୟ ହାସଲ କରିଥିବା ବେଳେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଦିଲ୍ଲୀ ବିପକ୍ଷରେ ସୁପର ଓଭରରେ ହାରିଥିଲା। ଏଣୁ ଏହି ମ୍ୟାଚ୍‌ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ପାଇଁ ଚ୍ୟାଲେଞ୍ଜ ରହିବ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ସ୍କ୍ଵାୟର ଲେଗ ଅମ୍ପାୟାର ଭୁଲରେ ୧୯ ଓଭରର ତୃତୀୟ ବଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର କ୍ରିସ୍‌ ଜୋର୍ଡନ୍‌ର ରନ୍‌ର ‘ସର୍ଟ ରନ୍‌’ କହିଥିଲେ। ଏହି ନିଷ୍ପତ୍ତି ଯୋଗୁ ଟିମ୍‌କୁ ହାର ସ୍ୱୀକାର କରିବାକୁ ପଡ଼ିଥିଲା। ପଞ୍ଜାବ ଟିମ୍‌ ଏହି ନିଷ୍ପତ୍ତି ପାଇଁ ମ୍ୟାଚ୍‌ ରେଫରୀଙ୍କ ବିରୋଧରେ ଅପିଲ ଦାୟର କରିଥିଲା। ତଥାପି କିଛି ସୁଫଳ ମିଳିନଥିଲା।

virat

ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜ ଅଭିଯାନ ୧୦ ରନ୍‌ରେ ବିଜୟରୁ ଆରମ୍ଭ କରିଥିଲା। ଟିମ୍‌ ଏହି ବିଜୟ ଯାତ୍ରାକୁ ବଜାୟ ରଖିବାକୁ ପ୍ରାଣ ପଣେ ଚେଷ୍ଟା କରିବ। ତେବେ ଆଜି ସନ୍ଧ୍ୟାରେ ଜଣାପଡ଼ିବ କିଏ କାହା ଉପରେ ଭାରି ପଡ଼ୁଛି।

Leave A Reply

Your email address will not be published.