Below header

ଆଇପିଏଲ ୨୦୨୨ : ଗୁଜୁରାଟ ଟାଇଟନ୍ସ ଲଞ୍ଚ କଲା ନୂଆ ଜର୍ସି, ନୂଆ ଅବତାରରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆଇପିଏଲ୍‌ ୨୦୨୨ ପାଇଁ ସବୁଟିମ୍‌ ଜୋରଦାର ପ୍ରସ୍ତୁତି କରିସାରିଛନ୍ତି। ଚଳିତବର୍ଷ ଆଇପିଏଲ୍‌ ବହୁତ ରୋମାଞ୍ଚକ ହେବ। ଏଥିର ୮ଟି ଦଳ ନୁହେଁ ୧୦ଟି ଦଳ ମଇଦାନକୁ ଓହ୍ଲାଇବ। ଆଉ ଏହି ୧୦ଟି ଟିମ୍‌ ମଧ୍ୟରେ ଗୁଜୁରାଟ ଟାଇଟନ୍ସ ନାମ ସାମିଲ ରହିଛି। ଆଇପିଏଲ୍‌ରେ ଜୋରଦାର ଲଢେଇ ପାଇଁ ନିଜର ଜର୍ସି ଲଞ୍ଚ କରିଛି ନୂଆ ଦଳ ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜର୍ସି ଲଞ୍ଚ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଟିମ୍‌ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୋଚ ଆଶିଷ ନେହେରା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ବ୍ୟତୀତ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସିବିସି କ୍ୟାପିଟାଲ୍ସ ୫୬୨୫ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସର ଫ୍ରାଞ୍ଚାଇଜକୁ କିଣିଛି।

ଗଭୀର ନୀଳ ରଙ୍ଗର ରହିଛି ଗୁଜୁରାଟ ଟାଇଟନ୍ସର ନୂଆ ଜର୍ସି। ବାମ ପଟରେ ଟିମର ଲୋଗୋ ରହିଛି । ଚଳିତ ଲିଗରେ ଗୁଜୁରାଟ ନିଜର ପ୍ରଥମ ମ୍ୟାଚ ଲକ୍ଷ୍ମୌ ସୁପର ଜିଆଣ୍ଟସ ସହିତ ମାର୍ଚ୍ଚ ୨୮ ରେ ଖେଳିବ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ । ତେବେ ନୂଆ ଟିମ, ନୂଆ ଜର୍ସି ଏବଂ ନୂଆ ଆଶା ନେଇ ଚଳିତ IPL ଟୁର୍ଣ୍ଣାମେଣ୍ଟରେ ଓହ୍ଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.