ଭାରତରେ ଖେଳାଯିବ ୨୦୨୨ ଆଇପିଏଲ, ସୂଚନା ଦେଲେ ଜୟ ଶାହ

ମୁମ୍ବାଇ : ଭାରତୀୟ ପ୍ରିମିୟର ଲିଗ ଆଇପିଏଲ୍‌ ର ୧୫ତମ ସଂସ୍କରଣ ଭାରତରେ ହେବ । କୋଭିଡ୍‌ ଯୋଗୁଁ ଗତ ଦୁଇ ବର୍ଷ ହେଲା ଠିକ୍‌ ଭାବେ ଆୟୋଜିତ ହୋଇ ପାରୁନଥିବା ଏହି ଟି-୨୦ ପ୍ରତିଯୋଗିତା ଆସନ୍ତା ବର୍ଷ ଖୁବ୍‌ ଦମଦାର ଭାବେ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି । ଆଜି ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଆଉ ଦୁଇଟି ନୂଆ ଟିମ୍‌ ଏଥିରେ ସାମିଲ ହେବେ । ତେଣୁ ଟୁର୍ଣ୍ଣାମେଣ୍ଟ ଆହୁରି ଅଧିକ ରୋମାଞ୍ଚକର ହେବ । ଆଗାମୀ ଥର ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ୨ଟି ନୂଆ ଟିମ୍‌ ସାମିଲ ହେବେ । ଏଥିପାଇଁ ଖେଳାଳି ନିଲାମୀ ମଧ୍ୟ କରାଯିବ । ଏହି ନିଲାମୀ ଆସନ୍ତା ଜାନୁଆରୀ ୨ ତାରିଖରେ ଅନୁଷ୍ଠିତ ହେବ ।

କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଆଇପିଏଲ୍‌କୁ ଭାରତରୁ ସାଉଦି ଆରବକୁ ସ୍ଥାନାନ୍ତର କରାଯାଇଥିଲା । ଆଇପିଏଲ୍‌ ୨୦୨୧ର ବାକି ମ୍ୟାଚ୍‌ ସେଠାରେ ଖେଳା ଯାଇଥିଲା । ହେଲେ ଆସନ୍ତା ବର୍ଷ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ହେବ ବୋଲି ବିସିସିଆଇ ଆଶା ପୋଷଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.