ଅମିର ଖାନ୍‌ଙ୍କ ‘ଲାଲ ସିଂହ ଚଡ୍ଡା’ ୨୦୨୨ ବୈଶାଖୀ ପର୍ବରେ ହେବ ରିଲିଜ, କରୀନା କପୁରଙ୍କ ସହ ରିଲିଜ ହେଲା ପୋଷ୍ଟର

ଲଗାନ, ତାରେ ଜମିନ ପର ଓ ଦଙ୍ଗଲ ଭଳି ସୁପରହିଟ ଫିଲ୍ମ କରି ପ୍ରଶଂସା ସାଉଁଟିଥିବା ଅମିର ଖାନ୍‌ ଖୁବ ଶୀଘ୍ର ନିଜ ପ୍ରଡକ୍ସନରେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଫିଲ୍ମ ‘ଲାଲ୍‌ ସିଂହ ଚଡ୍ଡା’ । ଏହି ଫିଲ୍ମ ଖ୍ରୀଷ୍ଟ ମାସ ପର୍ବରେ ରିଲିଜ ହେବାର ଥିଲା । ହେଲେ ଏବେ ଫିଲ୍ମର ନୂଆ ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ବୈଶାଖୀ ପର୍ବରେ ରିଲିଜ ହେବ ।

ଅମୀର ଖାନ ଓ କରୀନା କପୁର ଖାନ୍‌ଙ୍କ ନୂଆ ଫିଲ୍ମ ‘ଲାଲ୍‌ ସିଂହ ଚଡ୍ଡା’ ର ରିଲିଜ ତାରିଖକୁ ଯଦି ଆପଣ ଅପେକ୍ଷା କରୁଛନ୍ତି ତେବେ ଏ ଖବର ଆପଣଙ୍କ ପାଇଁ । ଏହି ଫିଲ୍ମ ପାଇଁ ନୂଆ ପୋଷ୍ଟର ମଧ୍ୟ ରିଲିଜ ହୋଇଗଲାଣି । ୧୪ ଅପ୍ରେଲ ୨୦୨୨ ରେ ରିଲିଜ ହେବ ଏହି ଫିଲ୍ମ ।

ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଅଦୈତ ଚନ୍ଦନ । ଏଥିରେ ସଂଗୀତ ପ୍ରୀତମ ଦେଇଥିବା ବେଳେ ଫିଲ୍ମଟିକୁ ଲେଖିଛନ୍ତି ଅମିତାଭ ଭଟାଚାର୍ଯ୍ୟ । ଫିଲ୍ମଟିକୁ େଓ୍ଵୟକମ୍‌ ୧୮ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହୋଇଛି । ପୋଷ୍ଟରରେ ଅମୀର ଖାନ ଓ କରୀନା କପୁରଖାନ୍‌ ଙ୍କ କେମେଷ୍ଟ୍ରିକୁ ଦେଖାଯାଇଛି । ଦୁହେଁ ଶେଷ ଥର ପାଇଁ ବ୍ଲକବଷ୍ଟର ‘ଥ୍ରୀ ଇଡିଏଟସ୍‌’ ଫିଲ୍ମରେ ରୋମାଣ୍ଟିକ ଯୋଡ଼ି ଭାବେ କାମ କରିଥିଲେ ।

ଲାଲ ସିଂହ ଚଡ୍ଡା ହେଉଛି ହଲିଉଡ୍‌ ଫିଲ୍ମ ‘ ଫରେଷ୍ଟ ଗମ୍ପ’ ର ଅଫିସିଆଲ ହିନ୍ଦୀ ଭର୍ଜନ । ଫିଲ୍ମର ସୁଟିଂ ୨୦୧୯ ରେ ଆରମ୍ଭ ହୋଇଥିଲା । ହେଲେ କରୋନା ପାଇଁ ଏହାର ରିଲିଜ ବିଳମ୍ବ ହୋଇଥବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.