ଆଇପିଏଲ୍‌-୧୨ : ପ୍ରଥମ ଦୁଇ ସପ୍ତାହର କ୍ରୀଡ଼ାସୂଚୀ ଘୋଷଣା

ମୁମ୍ବାଇ : ଆଗାମୀ ଦ୍ୱାଦଶ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହ ପାଇଁ ଆଜି କ୍ରୀଡ଼ା ସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେଉଥିବା ଏହି ଫଟାଫଟ୍‌ କ୍ରିକେଟ୍‌ ମେଳାର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନର ଅଧିନାୟକ । ଅର୍ଥାତ୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

IPL LOGO-2
ତେବେ ଏବେବି ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନର ଭୟ ଆଇପିଏଲ୍‌-୧୨କୁ ଘାରିଛି । କାରଣ ନିର୍ବାଚନ କମିଶନ୍‌ ଯଦି ଆଉ କିଛି ଦିନ ଭିତରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରନ୍ତି ତେବେ ଏଥିରେ ପରିବର୍ତ୍ତନ ହୋଇ ପାରେ । ଏହାକୁ ଦୃଷ୍ଟିରେ ରଖି ଆଜି କେବଳ ପ୍ରଥମ ଦୁଇ ସପ୍ତାହ ପାଇଁ କ୍ରୀଡ଼ା ସୂଚୀ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ମୋଟ୍‌ ୧୭ଟି ମ୍ୟାଚ୍‌ ଖେଳାଯିବ । ୮ଟି ଫ୍ରାଞ୍ଚାଇଜି ଟିମ୍‌ ହୋମ୍‌ ଗ୍ରାଉଣ୍ଡରେ ଏହି ସବୁ ମ୍ୟାଚ୍‌ ଖେଳାଯିବ । ପ୍ରତ୍ୟେକ ଦଳ ନିଜ ହୋମ୍‌ ଗ୍ରାଣ୍ଡରେ ୨ଟି ଓ ବାହାରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । କେବଳ ଦିଲ୍ଲୀ କ୍ୟାପିଟାଲ୍ସ ହୋମ୍‌ ଗ୍ରାଉଣ୍ଡରେ ୩ଟି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବାହାରେ ୩ଟି ମ୍ୟାଚ୍‌ ଖେଳିବ । ଏହି ସୂଚନା ଦେଇଛି ବିସିସିଆଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.