କିଏ ଏହି ଜାନକୀ ଈଶ୍ୱର ? ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଉଦ୍‌ଯାପନୀ ସମାରୋହରେ ଧମାଲ ମଚାଇଲେ ଏହି କୁନି ଗାୟିକା

କେନ୍ୟୁଜ୍‌: ଆଇସିସି ଟି-୨୦ ବିଶ୍ୱକପରେ ରବିବାର ଦିନ ପାକିସ୍ତାନ- ଇଂଲଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଜାନକୀ ଈଶ୍ୱର ଟି-୨୦ ବିଶ୍ୱକପର ଉଦ୍‌ଯାପନୀ ସମାରୋହରେ ନିଜର ଯାଦୁଗରି ସଂଗୀତରେ ସମସ୍ତଙ୍କୁ ଝୁମେଇଛନ୍ତି । ମେଲବର୍ଣ୍ଣ ଷ୍ଟାଡିୟମରେ ଏହି ଉଦ୍‌ଯାପନୀ ସମାରୋହରେ ଅନେକ କଳାକାର ସଂଗୀତ ଏବଂ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କୁ ଝୁମାଇଥିଲେ ।ଏମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଏବଂ ଅଷ୍ଟ୍ରେଲିଆର ନାଗରିକ ୧୩ ବର୍ଷୀୟ ଜାନକୀ ଈଶ୍ୱର ମଧ୍ୟ ସାମିଲ ଥିଲେ ।ମେଲମର୍ଣ୍ଣ ଷ୍ଟାଡିୟମରେ ୯୦ ହଜାରରୁ ଅଧିକ ଦର୍ଶକଙ୍କ ମଧ୍ୟରେ ଜାନକୀ ନିଜର ଦମ୍‌ଦାର ଗୀତ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଜାନକୀ ବହୁତ ସୁନ୍ଦର ଏବଂ ସେ ସୋସିଆଲ ମିଡ଼ିଆ ସେନ୍‌ସେଶନ ମଧ୍ୟ ।ଜାନକୀ ଅଷ୍ଟ୍ରେଲିଆର ଏକ ବଡ଼ ମ୍ୟୁଜିକ ବ୍ୟାଣ୍ଡ ‘ରକ୍‌ ବେଣ୍ଡ ଆଇସ ହାଉସ’ ସହିତ ସଂଗୀତ ପରିବେଶଣ କରିବା ସହିତ ସେହି ବେଣ୍ଡର ‘ଉଇ କେନ୍‌ ଗେଟ୍‌ ଟୁଗେଦର’ ଗୀତ ମଧ୍ୟ ଗାଇଥିଲେ । ଏହି ଗୀତଳରେ ଜିମ୍ବାେଓ୍ଵର ଥାଣ୍ଡେ ସିକବିଲା ଆସି ଜାନକୀଙ୍କ ସହିତ ମଧ୍ୟ ତାଳ ଦେଇ ଗାଇଥିଲେ ।

 

View this post on Instagram

 

A post shared by JANAKI EASWAR (@janaki_easwar)

ଜାନକୀଙ୍କ ପିତାଙ୍କ ନାମ ଅନୁପ ଦିବାକରନ ଏବଂ ମାତାଙ୍କ ନାମ ଦିବ୍ୟା ରବିନ୍ଦ୍ରନ ଏବଂ ତାଙ୍କ ପରିବାର କେରଳର କୋଝିକୋଡ୍‌ରେ ରହନ୍ତି । ଏବେ ୧୫ ବର୍ଷ ହେବ ଜାନକୀଙ୍କ ପରିବାର ଅଷ୍ଟ୍ରେଲିଆରେ ରହୁଛନ୍ତି । ଜାନକୀ ଯେତେବେଳେ ୫ ବର୍ଷରେ ହୋଇଥିଲେ ତାଙ୍କ ପିତା ମାତା ତାଙ୍କୁ ପ୍ରଥମଥର ପାଇଁ ଭାରତୀୟ ସଂଗୀତ ଶୁଣାଇଥିଲେ । ସେହି ସମୟଠାରୁ ଜାନକୀ ସଂଗୀତ ସହିତ ଯୋଡ଼ି ହୋଇଗଲେ ଏବଂ ସଂଗୀତ ଗାଇବା ଆରମ୍ଭ କଲେ ।୨୦୨୧ ମସିହାରେ ଅଷ୍ଟ୍ରେଲିଆରେ ହେଉଥିବା ଏକ ବଡ଼ ରିଅଲିଟି ଶୋ’ ‘ଦ ଭଏସ ଅଷ୍ଟେୟଲିଆ’ ରେ ରେ ଭାଗ ନେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସେହି ସିଜିନରେ ସେ ସବୁଠାରୁ କମ୍‌ ବୟସର ପ୍ରତିଯୋଗୀ ଥିଲେ।ଶେଷରେ ଜାନକୀ ଈଶ୍ୱର କହିଥିଲେ,ତାଙ୍କର ପିତା ମାତା କ୍ରିକେଟର ବହୁତ ବଡ଼ ପ୍ରଶଂସକ ଏବଂ ଜାନକୀଙ୍କୁ ତାଙ୍କ ପିତା-ମାତା ହିଁ ଏହି ଉଦ୍‌ଯାପନୀ ସମାରୋହ ବିଷୟରେ କହିଥିଲେ । ଭାରତୀୟ ଟିମ୍‌କୁ ସେ ଫାଇନାଲରେ ଦେଖିବା ପାଇଁ ଚାହୁଁଥିଲେ କିନ୍ତୁ ଭାରତ ସେମିଫାଇନାଲ ହାରି ବିଶ୍ୱକପରୁ ବାହାର ହୋଇଯାଇଥିଲା ।

You might also like