Below header

ଚାରି ବର୍ଷ ହେଲା ଖେଳି ନଥିବା ତଥା ବିବାଦରେ ଛନ୍ଦି ହୋଇଥିବା କରୁଣାରେତ୍ନ ହେଲେ ଶ୍ରୀଲଙ୍କା ବିଶ୍ୱ କପ୍‌ ଦଳର ଅଧିନାୟକ

ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଶ୍ରୀଲଙ୍କା ତାର ୧୫ ଜଣିଆ ଦଳ ଘୋଷଣା କରିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦଳର ଅଧିନାୟକ ଦାୟିତ୍ୱ ଯାହାକୁ ମିଳିଛି ସେ ଚାରି ବର୍ଷ ଭିତରେ ଗୋଟିଏ ବି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ନାହାନ୍ତି । ସେ ହେଉଛନ୍ତି ଦିମୁଥ କରୁଣାରତ୍ନେ । ତାଙ୍କୁ ଲସିତ ମାଲିଙ୍ଗାଙ୍କ ସ୍ଥାନରେ ଦଳର ଅଧିନାୟକ କରାଯାଇଛି ।
ଏପର୍ଯ୍ୟନ୍ତ ମାତ୍ର ୧୭ଟି ଦିନିକିଆ ଖେଳିଥିବା କୁଣାରତ୍ନେଙ୍କ ପ୍ରଦର୍ଶନ ମଧ୍ୟ ଆଦୌ ଭଲ ନୁହେଁ । ଅନେକ ସମୟରେ ବିବାଦରେ ଛନ୍ଦି ହୋଇଛନ୍ତି ଏହି ଖେଳାଳି । ଗତ ମାର୍ଚ୍ଚ ମାସ ୧୯ ତାରିଖରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏକ ଦୁର୍ଘଟଣା ଘଟାଇ ପୋଲିସ୍‌ ହାଜତରେ ପଶିଥିଲେ । ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼କୁ ଭୁଲ ମାଗିଥିଲେ । ତେବେ ଗତ ଟେଷ୍ଟ ସିରିଜ୍‌ରେ ତାଙ୍କ ନେତୃତ୍ୱରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହେବା ପରେ ତାଙ୍କ ଉପରେ ଚୟନକର୍ତ୍ତାମାନେ ଭରସା କରିଛନ୍ତି ।
ସେହିପରି ଦୁଇ ବର୍ଷ ହେଲା ଦିନିକିଆ ଖେଳି ନଥିବା ଚାରିଜଣ ଖେଳାଳି ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ବ୍ୟାଟ୍‌ସମ୍ୟାନ୍‌ ଲାହିରୁ ଥିରିମାନେ, ସ୍ପିନର ତଥା ଅଲରାଉଣ୍ଡର ମିଲିନ୍ଦ ଶିରିଓ୍ଵର୍ଦ୍ଧନ ଓ ଜୀବନ ମେଣ୍ଡିସ୍‌ ଏବଂ ଜେଫରି ଭାନ୍ଦେରସେ ଗତ ୨୦୧୭ରୁ ଦିନିକିଆ ମ୍ୟାଚ୍‌ ଖେଳି ନାହାନ୍ତି ।

ଶ୍ରୀଲଙ୍କା ଦଳ : ଦିମୁଥ କରୁଣାରତ୍ନେ (ଅଧିନାୟକ), ଆବିଷ୍କା ଫର୍ଣ୍ଣାଣ୍ଡୋ, ଲାହିରୁ ଥିରିମାନେ, କୁଶଲ ପେରେରା, ଆଞ୍ଜେଲୋ ମାଥ୍ୟୁସ୍‌, ଧନଞ୍ଜୟ ଡିସିଲଭା, ଥିସିରା ପେରେରା, ଇସୁରୁ ଉଦାନା, ଜେଫରି ଭାନ୍ଦେରସେ, ଜୀବନ ମେଣ୍ଡିସ୍‌, ମିଲିନ୍ଦ ଶିରିଓ୍ଵର୍ଦ୍ଧନ, ଲସିତ ମାଲିଙ୍ଗା, ସୁରଙ୍ଗା ଲକମଲ, ନୁଓ୍ଵାନ ପ୍ରଦୀପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.