Below header

ଅଷ୍ଟମ ପରାଜୟ ସହ ପ୍ଲେ ଅଫ୍‌ରୁ ବାଦ ପଡ଼ିଲା ମୁମ୍ବାଇ, ୩୬ ରନରେ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

କେନ୍ୟୁଜ୍(ବ୍ୟୁରୋ):  ପରାଜୟ ପରେ ପରାଜୟ । ଅଷ୍ଟମ ମ୍ୟାଚ ମଧ୍ୟ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଅଷ୍ଟମ ପରାଜୟ ସହ ପ୍ଲେ ଅଫ୍‌ରୁ ବାଦ ପଡ଼ିଲା ମୁମ୍ବାଇ । ୩୬ ରନରେ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ନିରାଣ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ ପଡ଼ିଛି ।

ପ୍ରଥମେ ବ୍ୟାଟିଂ କରି ଲୋକେଶ ରାହୁଲଙ୍କ ପଅରାଜିତ ୧୦୩ ରନ ବଳରେ ୧୬୮ ରନ କରିଥିଲା ଲକ୍ଷ୍ନୌ । ଜବାବରେ ମୁମ୍ବାଇ ୮ ଓ୍ଵିକେଟ ହରାଇ ୧୩୨ ରନ କରିଥିଲା । ରୋହିତ ଶର୍ମା ୩୯ ଓ ତିଲକ ବର୍ମା ୩୮ ରନ କରିଥିଲେ । ଲକ୍ଷ୍ନୌ ୮ଟି ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.