ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ

ଆଜିଠୁ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ । ଓଭାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ଟିକିଆ ସିରିଜକୁ ଆଗରୁ ହାତଛଡା କରିଥିବା ଟିମ୍ ଇଣ୍ଡିଆ ସମ୍ମାନ ରକ୍ଷା ପାଇଁ ପଡ଼ିଆକୁ ଓହ୍ଲାଇବ । ପଞ୍ଚମ ଟେଷ୍ଟ ଜିତି ସିରିଜକୁ ୩-୨ ସ୍ଥିତିକୁ ଆଣିବାକୁ ଉଦ୍ୟମ କରିବ କୋହଲି ବାହିନୀ । ଏହି ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ସମ୍ଭାବନା ରହିଛି । ନବାଗତଙ୍କୁ ଟିମରେ ସାମିଲ କରାଯାଇପାରେ । ସେପଟେ ଟିମ୍ ଇଂଲଣ୍ଡ ଚୂଡାନ୍ତ ଏକାଦଶରେ କୈଣସି ପରିବର୍ତ୍ତନ କରିବ ନାହିଁ ବୋଲି ଅଧିନାୟକ ଜୋ ରୁଟ୍ ସୂଚନା ଦେଇଛନ୍ତି । ପଞ୍ଚମ ତଥା ଶେଷ ମ୍ୟାଚ୍ ଜିତିବାକୁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ୫ ଟିକିଆ ସିରିଜକୁ ଦଳ ଆଗୁଆ ୩-୧ରେ ଜିତି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.