ଲତା ମଙ୍ଗେସକର ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌କୁ ଦେଇଥିଲେ ୨୦ ଲକ୍ଷ ଟଙ୍କା! ବୋର୍ଡ ପାଖରେ ନ ଥିଲା ପଇସା; କନସର୍ଟ କରି ଜୁଟାଇଥିଲେ ସୁର ସାମ୍ରାଜ୍ଞୀ

ଲତା ମଙ୍ଗେସକର ସଙ୍ଗୀତ ବ୍ୟତୀତ କ୍ରିକେଟରେ ମଧ୍ୟ ଖାସ୍‌ ରୁଚି ରଖୁଥିଲେ। ଏଥିପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା। ସୁର ସାମ୍ରାଜ୍ଞୀ ନିଜର ଅବସର ସମୟରେ ରିୟାଜ୍ କରୁଥିଲେ ନଚେତ୍‌ ନିଜ ପସନ୍ଦର କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। ଲତା ୧୯୮୩ ମସିହାରେ ଲର୍ଡସ ମଇଦାନରେ ଆୟୋଜିତ ବିଶ୍ୱକପ୍‌ କ୍ରିକେଟ୍‌ର ସାକ୍ଷୀ ମଧ୍ୟ ରହିଥିଲେ। ସେ ଭାରତୀୟ କ୍ରିକେଟ୍ ଦଳକୁ ଉତ୍ସାହିତ କରିଥିଲେ ଏବଂ ମ୍ୟାଚର ରୋମାଞ୍ଚକର ମୂହୁର୍ତ୍ତରେ ବି ଚାପର ସମ୍ମୁଖୀନ ହୋଇଥିଲେ। ଆସନ୍ତୁ ଜାଣିବା କି, ବର୍ଷ ବର୍ଷର ପୁରୁଣା କ୍ରିକେଟ୍‌ ଏବଂ ଲତାଙ୍କ ଲଭ୍‌ ଷ୍ଟୋରୀ ବିଷୟରେ।

ଭାରତର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଖୋଦ୍‌ ଦର୍ଶକ ଗ୍ୟାଲେରୀରେ ବସି କରତାଳି ମାରିଥିଲେ ଏବଂ ୧୯୮୩ର ସେହି ରୋମାଞ୍ଚକ ମୂହୁର୍ତ୍ତଗୁଡ଼ିକୁ ଉପଭୋଗ କରିଥିଲେ। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଲତା କହିଥିଲେ କି, ‘ଚାପରେ ଭରା ମାହୋଲ ଥିଲା। କିନ୍ତୁ ଯେମିତି ଯେମିତି ମ୍ୟାଚର ଶେଷ ମୁହୂର୍ତ୍ତ ଆସିବାକୁ ଲାଗିଲା, ମୋତେ ଭାରତର ବିଜୟ ଉପରେ ପୂରା ଭରସା ହୋଇ ଯାଇଥିଲା। ଯଦିଓ କ୍ରିକେଟରେ କିଛି କୁହାଯାଇ ପାରିବ ନାହିଁ କି, କେତେବେଳେ ମ୍ୟାଚ୍‌ ଓଲଟିଯିବ’।

ଲତା ମଙ୍ଗେସକର କହିଥିଲେ ଯେ ‘ପୂରା କ୍ରିକେଟ୍ ଟିମ୍‌ ମ୍ୟାଚ୍ ପୂର୍ବରୁ ମୋତେ ଭେଟିଥିଲା। ପ୍ରତ୍ୟେକ କ୍ରିକେଟର ଏହା କହୁଥିଲେ ଯେ ମ୍ୟାଚ୍ ଆମେ ହିଁ ଜିତିବୁ। ମୋର ମନେ ଅଛି, ମୁଁ ସେମାନଙ୍କୁ ପଚାରିଥିଲି, ଆପଣମାନଙ୍କୁ କ’ଣ ଲାଗୁଛି? ଦଳ ପୂରା ବିଶ୍ୱାସର ସହିତ କହିଥିଲା, ଆମେ ଜିତିଯିବୁ ଏବଂ ଜିତିକି ଇତିହାସ ରଚିବୁ। ଏହା ବହୁତ ବଡ଼ କଥା ଥିଲା’। ଲତା ଆହୁରି କହିଥିଲେ, ‘ଯେତେବେଳେ ଦଳ ମ୍ୟାଚ୍ ଜିତିଗଲା, ତ କ୍ରିକେଟ୍ ବୋର୍ଡ ପାଖରେ ଟଙ୍କା ନ ଥିଲା। ଏଥିପାଇଁ ଏକ ସ୍ପେଶାଲ କନସର୍ଟ କରିଥିଲି’।

କ୍ରିକେଟ୍ ବୋର୍ଡ ପାଇଁ କନସର୍ଟରୁ ଟଙ୍କା ସଂଗ୍ରହ କରିଥିଲେ ଲତା

ଲତା ମଙ୍ଗେସକର କହିଥିଲେ କି, ‘୧୯୮୩ରେ ଲଣ୍ଡନରେ ଛୁଟି କଟା ଯାଇଥିଲା। ଲଣ୍ଡନରେ ହିଁ ମୁଁ ଏନ୍‌କେପି ସାଲଭେ ସାହବଙ୍କୁ ଭେଟିଥିଲି। ଯେତେବେଳେ ଭାରତୀୟ ଦଳ ଜିତିଗଲା, ତ ସେମାନେ ମୋତେ କହିଥିଲେ କି, ଦଳ ଏହି ଚମତ୍କାର ବିଜୟ ଉପରେ ଏକ ବଡ଼ କାର୍ଯ୍ୟକ୍ରମ କରିବାକୁ ଚାହୁଁଛି। କ’ଣ ସେହି କାର୍ଯ୍ୟକ୍ରମ ଆପଣ କରିବେ, ମୁଁ କହିଲି, ନିଶ୍ଚୟ କରିବି। ୧୭ ଅଗଷ୍ଟରେ ମୁଁ ଦିଲ୍ଲୀରେ ପହଞ୍ଚିଲି ଏବଂ ମୋର ସ୍ପେଶାଲ ଶୋ’ କଲି। ଏହି ଶୋ’ରେ ମୁକେଶ ଭେୟାଙ୍କ ପୁଅ ନିତିନ ମୁକେଶ ଓ ସୁରେଶ ୱାଡେକର ସାଥ୍‌ ଦେଇଥିଲେ। ରାଜୀବ ଗାନ୍ଧୀ ମଧ୍ୟ ସେହି ଶୋ’ରେ ଉପସ୍ଥିତ ଥିଲେ’।

କନସର୍ଟରେ କ୍ରିକେଟରମାନେ ଗୀତ ଗାଇଥିଲେ

ଲତା କହିଥିଲେ, ‘କନସର୍ଟ ବହୁତ ବଡ଼ ଏବଂ ଭଲ ଶୋ’ ହୋଇଥିଲା। ସବୁଠାରୁ ଭଲ କଥା ଏହା ଥିଲା ଯେ ମୋ ଭାଇ ଯେଉଁ ଗୀତ ପ୍ରସ୍ତୁତ କରିଥିଲେ, ତାହାକୁ ସମସ୍ତ କ୍ରିକେଟ୍ ଖେଳାଳି ମିଶିକି ଗାଇଥିଲେ। ଏହି କନସର୍ଟର ସମାପନ ହିଁ ସେହି ଗୀତ ସହିତ ହୋଇଥିଲା। ଆଉ ମଜାଦାର କଥା ହେଉଛି, କ୍ରିକେଟ୍ ପଡ଼ିଆରେ ବ୍ୟାଟ୍ ଏବଂ ବଲର କରିସ୍ମା ଦେଖାଉଥିବା ଅନେକ କ୍ରିକେଟର ବହୁତ ଭଲ ଗୀତ ବି ଗାଆନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.