ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଛାଡିଲେ ଧୋନୀ, ଏଥର ସମ୍ଭାଳିବେ ଜାଡେଜା

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଝଟକା। ଦଳର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଉ ଦଳର ଦାୟିତ୍ୱ ଏବେ ରବୀନ୍ଦ୍ର ଜାଡେଜା ତୁଲାଇବେ। ଧୋନୀ ଅଧିନାୟକ ପଦ ଛାଡିବା ନେଇ ଟ୍ଵିଟ୍‌ କରି ଜଣାଇଲା ଚେନ୍ନାଇ ସୁପରକିଙ୍ଗସ ଟିମ୍‌ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଟିମ୍‌ ୪ ଥର ଆଇପିଇଏଲ ଚାମ୍ପିଅନ ହୋଇସାରିଛି।

ମୁମ୍ବାଇ ଇଣ୍ଡିଆନ୍ସ ପରେ ଚେନ୍ନାଇ ଦ୍ୱିତୀୟ ସଫଳ ଟିମ୍‌। ଧୋନୀ ଆଇପିଏଲ ଆରମ୍ଭ ହେବା ବେଳରୁ ୨୦୦୮ରୁ ଚେନ୍ନାଇ ଟିମର ଦାୟିତ୍ୱ ନେଇଥିଲେ। ଗତଥର ଚେନ୍ନାଇ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ୍‌ ଟାଇଟଲ ଜିତିଥିଲା। ଧୋନୀ ଚେନ୍ନାଇ ଟିମର ଦାୟିତ୍ୱ ଛାଡିବା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଝଟ୍‌କା।

ରବିନ୍ଦ୍ର ଜାଡେଜା ୨୦୧୨ରୁ ଚେନ୍ନାଇ ଟିମ୍‌ରେ ରହିଛନ୍ତି। ଏବେ ଚେନ୍ନାଇ ଟିମର ଦାୟିତ୍ୱ ନେବେ ଜାଡେଜା। ଧୋନୀ ଏବେ ଜାଡେଜାଙ୍କ ଅଧିନାୟକତ୍ୱରେ ଟିମ୍‌ରେ ଖେଳିବେ। ଧୋନୀ ୨୧୩ ମ୍ୟାଚରେ ଅଧିନାୟକ ଦାୟତ୍ୱ ତୁଲାଇଛନ୍ତି। ଯେଉଁଥିରେ ୧୩୦ଟି ମ୍ୟାଚ ଜିତିଛନ୍ତି ଧୋନୀ।

ଚଳିତବର୍ଷ ଆଇପିଏଲ୍‌ ପାଇଁ ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ରିଟେନ କରିଥିଲା ଚେନ୍ନାଇ ସୁପର କିଙ୍ଗସ। ଧୋନୀଙ୍କୁ ୧୨ କୋଟି ଟଙ୍କାରେ ରିଟେନ କରିଥିଲା।

Leave A Reply

Your email address will not be published.