ଆଇପିଏଲ ୨୦୨୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ମିଚେଲ ମାର୍ଶଙ୍କ ଡାହାଣ ହେମଷ୍ଟ୍ରିଂରେ ଆଘାତ ଯୋଗୁଁ ସେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ତେବେ ଆଗାମୀ ଆଇପିଏଲ ମ୍ୟାଚରେ ସେ ଖେଳିବେ ନା ନାହିଁ ନିଷ୍ପତ୍ତି ନେଇନାହିଁ । ଖବର ମୁତାବକ, ମିଚେଲ ମାର୍ଶ ଜୁନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମର ଅଧିନାୟକ ରହିଛନ୍ତି । ତେଣୁ ଦିଲ୍ଲୀ ଟିମ ମ୍ୟାନେଜମେଣ୍ଟ ସହିତ କଥା ହେବା ପରେ ତାଙ୍କୁ ସ୍ୱଦେଶ ଫେରାଇ ନେଇଛି ଅଷ୍ଟ୍ରେଲିଆ ।

ଆଇପିଏଲ ୨୦୨୪ରେ କମବ୍ୟାକ୍‌ କରିବାକୁ ଚେଷ୍ଟା କରୁଛି ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଲରାଉଣ୍ଡର ଆହତ ହେବା ପରେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ମିଚେଲ ମାର୍ଶ ଆହତ ହେବା ପରେ ଆଇପିଏଲ ମ୍ୟାଚ ଖେଳିବେ ନାହିଁ । ଆହତ ହେବା ଯୋଗୁଁ ସ୍ୱଦେଶ ଫେରିଯାଇଛନ୍ତି ମାର୍ଶ । ଆଇପିଏଲ ସରିବା ପରେ ଟି୨୦ ବିଶ୍ୱକପ ଖେଳାଯିବ । ମାର୍ଶ ଟି୨୦ ଅଷ୍ଟ୍ରେଲିଆ ଟିମର ଅଧିନାୟକ । ଏପରି ସ୍ଥଳେ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଚିକିତ୍ସା ପାଇଁ ସ୍ୱଦେଶ ଫେରାଇ ନେଇଛି ।

ମିଚେଲ ମାର୍ଶଙ୍କ ଡାହାଣ ହେମଷ୍ଟ୍ରିଂରେ ଆଘାତ ଯୋଗୁଁ ସେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ଯାହା ଦିଲ୍ଲୀ କ୍ୟାପିଟାଲ୍ସସ ପାଇଁ ବଡ ଝଟକା । ଖବର ମୁତାବକ, ମିଚେଲ ମାର୍ଶ ଜୁନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମର ଅଧିନାୟକ ରହିଛନ୍ତି । ତେଣୁ ଦିଲ୍ଲୀ ଟିମ ମ୍ୟାନେଜମେଣ୍ଟ ସହିତ କଥା ହେବା ପରେ ତାଙ୍କୁ ସ୍ୱଦେଶ ଫେରାଇ ନେଇଛି ଅଷ୍ଟ୍ରେଲିଆ । ତେବେ ଆଗାମୀ ଆଇପିଏଲ ମ୍ୟାଚରେ ସେ ଖେଳିବେ ନା ନାହିଁ ନିଷ୍ପତ୍ତି ନେଇନାହିଁ ।

ମିଚେଲ ମାର୍ଶ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ପାଇଁ ଗତ ମ୍ୟାଚ କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିଥିଲା । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ ବିପକ୍ଷରେ ଖେଳିପାରିନଥିଲେ । ଏହି ସିଜନରେ ମାର୍ଶଙ୍କ ସର୍ବୋଚ୍ଚ ସ୍କୋର ୨୩ ରନ୍‌ ରହିଛି । ସେହିପରି ରାଜସ୍ଥାନ ବିପକ୍ଷ ମ୍ୟାଚରେ ୧୨ ରନ୍‌ କରିଥିଲେ ।

ମାର୍ଶଙ୍କ ଛଡା ଅଷ୍ଟ୍ରେଲିଆ ଟିମର ଷ୍ଟାର ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ମଧ୍ୟ ଆହତ ହୋଇଛନ୍ତି । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତାଙ୍କ ଆଙ୍ଗୁଠି ଫୁଲିଥିଲା ତେଣୁ ତୁରନ୍ତ ସ୍କାନ କରାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ମ୍ୟାଚ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ ।

ଇକାନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିଥିଲା । ଆୟୁସ ବଦୋନି ୫୫ ରନ କରି ଅପରାଜିତ ଥିଲେ । ଅଧିନାୟକ କେଏଲ ରାହୁଲ ୩୯ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.