ବିଶ୍ୱକପ ପରେ ଆହତ ସମସ୍ୟା ପାଇଁ ଚିନ୍ତାରେ ଶାମି, ଟେଷ୍ଟ ପୂର୍ବରୁ ଫିଟ ପାଇଁ ମୁମ୍ବାଇର ସ୍ପୋଟର୍ସ ଅର୍ଥୋପେଡିକଙ୍କ ନେଉଛନ୍ତି ପରାମର୍ଶ

ଟିମ୍‌ ଆସନ୍ତା ୨୬ ଡିସେମ୍ବରରୁ ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳିବ । ଏହାପୂର୍ବରୁ ଶାମି ସଂପୂର୍ଣ୍ଣ ଭାବେ ଫିଟ୍‌ ହେବାକୁ ପଡିବ । ବିଶ୍ୱକପ ଠାରୁ ଶାମି ଗୋଇଠିରେ ଆହତ ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି । ଆଉ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ।

ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ଆହତ ସମସ୍ୟା ଯୋଗୁଁ ଚିନ୍ତିତ ରହିଛନ୍ତି । ଏଥିପାଇଁ ଶାମି ଚିକିତ୍ସା କରିବା ପାଇଁ ମୁମ୍ବାଇ ଯାଇଛନ୍ତି । ଟିମ୍‌ ଆସନ୍ତା ୨୬ ଡିସେମ୍ବରରୁ ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳିବ । ଏହାପୂର୍ବରୁ ଶାମି ସଂପୂର୍ଣ୍ଣ ଭାବେ ଫିଟ୍‌ ହେବାକୁ ପଡିବ ।

ବିସିସିଆଇ ସାଉଥ ଆଫ୍ରିକା ଟେଷ୍ଟ ଟିମରେ ଶାମିଙ୍କୁ ସାମିଲ କରିଛି । ବିଶ୍ୱକପ ଠାରୁ ଶାମି ଗୋଇଠିରେ ଆହତ ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି । ଆଉ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ତେବେ ଆହତ ସମସ୍ୟା କେତେ ଗମ୍ଭୀର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଶାମି ଗୋଇଠି ସମସ୍ୟା ଯୋଗୁଁ ମୁମ୍ବାଇରେ ‘ସ୍ପୋଟର୍ସ ଅର୍ଥୋପେଡିକ’ଙ୍କ ପରାମର୍ଶ ନେଉଛନ୍ତି ।

ସୂଚନା ମୁତାବକ, ଡିସେମ୍ବର ୧୦ ତାରିଖରୁ ସାଉଥ ଆଫ୍ରିକା ବିପକ୍ଷରେ ଟି୨୦ ମ୍ୟାଚ ଖେଳାଯିବ । ଏହାପରେ ୧୭ ଡିସେମ୍ବରରୁ ଦିନିକିଆ ସିରିଜ ଏବଂ ଡିସେମ୍ବର ୨୬ରୁ ଟେଷ୍ଟ ସିରିଜ ଖେଳାଯିବ । ରୋହିତଙ୍କ ଅଧିନାୟକତ୍ୱରେ ଟେଷ୍ଟ ମ୍ୟାଚ ଖେଳାଯିବ। ସେହିପରି ଦିନିକିଆ ସିରିଜ ପାଇଁ କେଏଲ ରାହୁଲ ଅଧିନାୟକ ଏବଂ ଟି୨୦ ପାଇଁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରହିଛନ୍ତି ।

ଟେଷ୍ଟ ଟିମ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି  ଶୁବମନ ଗିଲ, ଯଶସ୍ବୀ ଜୟସ୍ୱାଲ, ଶ୍ରେୟସ ଆୟର, ଋତୁରାଜ ଗାୟକ୍ୱାଡ୍, ଇଶାନ କିଷନ, କେ ଏଲ ରାହୁଲ, ରବୀନ୍ଦ୍ର ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଶାଦୃଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା ।

ଦିନିକିଆ ଟିମ : କେ. ଏଲ୍. ରାହୁଲ (ଅଧିନାୟକ), ଋତୁରାଜ ଗାୟକ୍ବାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ ଓ ଦୀପକ ଚହର ।

ଟି- ୨୦ ଟିମ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ),  ଯଶସ୍ବୀ ଜୟସ୍ୱାଲ, ଶୁବମନ ଗିଲ୍, ଋତୁରାଜ ଗାୟକ୍ବାଡ୍, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଷାନ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ , ମୁକେଶ କୁମାର ଓ ଦୀପକ ଚହର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.