ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣ, ୨ ଯବାନ ଗୁରୁତର

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣ। ଦୁଇ ଯବାନ ଗୁରୁତର । ମାଓବାଦୀଙ୍କ PLGA ସପ୍ତାହ ଆରମ୍ଭ ଦିନରୁ ପୁଣି ହିଂସାକାଣ୍ଡ ଘଟାଇଛନ୍ତି ଲାଲବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ସାତାଧାର ପୋଲ ନିକଟରେ ଏହି ବିସ୍ଫୋରଣ ହୋଇଛି ।

ମାଲକାନଗିରି (କେନ୍ୟୁଜ): ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣ। ଦୁଇ ଯବାନ ଗୁରୁତର । ମାଓବାଦୀଙ୍କ PLGA ସପ୍ତାହ ଆରମ୍ଭ ଦିନରୁ ପୁଣି ହିଂସାକାଣ୍ଡ ଘଟାଇଛନ୍ତି ଲାଲବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ସାତାଧାର ପୋଲ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଗୌରବ ରାୟ। ସେପଟେ ଗୁରୁତର ଦୁଇ ଯବାନଙ୍କୁ ଦନ୍ତେୱାଡା ମେଡିକାଲରେ ଚିକିତ୍ସା କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂକୁ ଜୋରଦାର କରିଛି ସୁରକ୍ଷା ବାହିନୀ ।

ଦାନ୍ତେୱାଡା ପୋଲିସର ସୂଚନା ଅନୁସାରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏହି ବିସ୍ଫୋରଣ ପରେ ପୂରା ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ସାତଧାର ଅଂଚଳକୁ ପୋଷ୍ଟର ହଟାଇବା ପାଇଁ ଯବାନମାନେ ଯାଇଥିଲେ । ଏହି ସମୟରେ ନକ୍ସଲମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.