ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେଲେ ମହମ୍ମଦ ସାମିଙ୍କ ପତ୍ନୀ ହସୀନ ଜହାଁ, ସାମିଙ୍କ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସୀନ ଜହାଁ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କୋଲକତା ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ମହମ୍ମଦ ସାମି ଏବଂ ପତ୍ନୀ ହସୀନ ଜହାଁଙ୍କ ବିବାଦ ଏକ ନୂଆ ମୋଡରେ ପହଞ୍ଚିଛି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସୀନ ଜହାଁ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କୋଲକତା ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ହସୀନ ଜହାଁ ସୁପ୍ରିମକୋର୍ଟରେ ଆବେଦନ କରି କହିଛନ୍ତି ଯେ, ଗତ ଚାରି ବର୍ଷ ଧରି ସାମିଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲା ପଡି ରହିଛି। ସେ ଅଭିଯୋଗ କରିଛନ୍ତି ଯେ, ମହମ୍ମଦ ସାମିଙ୍କ ଏକ୍ସଟ୍ରା ମାରିଟିଆଲା ଆଫେୟାର୍ସ ଏବେ ମଧ୍ୟ ଜାରି ରହିଛି।
ହସୀନ ଜହାଁ ନିଜ ଓକିଲ ଦୀପକ ପ୍ରକାଶ, ନଚିକେତା ବାଜପେୟୀ ଏବଂ ଦିବ୍ୟାଙ୍ଗନା ମଲିକ ବାଜପେୟୀ ମାଧ୍ୟମରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ସାମି ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ସାମିଙ୍କ ଏକ୍ସଟ୍ରା ମାରିଟିଆଲା ଆଫେୟାର୍ସ ରହିଛି ବୋଲି ଆରୋପ ଲାଗିଥିଲେ ପତ୍ନୀ ହସୀନ ଜହାଁ ।
ହସୀନ ଜହାଁଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ଯେ, କୋଲକାତାର ସେସନ କୋର୍ଟ ସାମିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥଗିତ ରଖିଛନ୍ତି। ସେ କହିଛନ୍ତି ଯେ, ସାମି ଏହି ମାମଲା ପାଇଁ ଟଙ୍କା ମଧ୍ୟ ଦେଉନାହାଁନ୍ତି। ତା ଛଡା ଟିମ୍ ଇଣ୍ଡିଆ ସହିତ ଭ୍ରମଣ କରିବା ସମୟରେ ଏବଂ ଭାରତୀୟ ଦଳ ସହିତ ରହୁଥିବାବେଳେ ଶାମି ଏକ୍ସଟ୍ରା ମାରିଟିଆଲା ଆଫେୟାର୍ସ ରଖନ୍ତି।
ହସୀନ ଜହାଁ ସାମି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୨୦୧୮ ରେ ଘରୋଇ ହିଂସା ଏବଂ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ସେ ସାମି ଏବଂ ତାଙ୍କ ପରିବାର ବିରୋଧରେ ଯାଦବପୁର ଥାନାରେ ମାମଲା ରୁଜୁ କରିଥିଲେ। ସାମି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି। ଶାମି ବର୍ତ୍ତମାନ ଆଇପିଏଲ୍ -୨୦୨୩ ରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳୁଛନ୍ତି ।