ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ଇଭେଣ୍ଟ: ପତ୍ନୀ ସାକ୍ଷୀଙ୍କ ସହ ପହଞ୍ଚିଲେ ଧୋନି, ଦୁହିଁଙ୍କ ଷ୍ଟାଇଲ୍‌ରେ ଫ୍ରାନ୍ସ ଫିଦା

ମହେନ୍ଦ୍ର ସିଂ ଧୋନି ବହୁତ କାଜୁଆଲ୍ ଲୁକ୍‌ରେ ଥିଲେ । ସେ ପୋଲୋ ଟି-ସାର୍ଟ ଏବଂ କଳା ଟ୍ରାକପ୍ୟାଣ୍ଟ କ୍ୟାରି କରିଥିଲେ । ତାଙ୍କ ସହିତ ପତ୍ନୀ ସାକ୍ଷୀ ଧୋନି ମଧ୍ୟ ପହଞ୍ଚିଥିଲେ । ସାକ୍ଷୀ ମଧ୍ୟ ତାଙ୍କ ଲୁକ୍‌କୁ ବହୁତ କାଜୁଆଲ୍ ରଖିଥିଲେ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତଙ୍କ ପ୍ରି-ୱେଡିଂ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି । ଜାମନଗରରେ ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ । ଚଳିତ ବର୍ଷ ଅନନ୍ତ ଅମ୍ବାନୀ ତାଙ୍କ ମଙ୍ଗେତର ରାଧିକା ମର୍ଚାଣ୍ଟଙ୍କୁ ବିବାହ କରୁଛନ୍ତି । ବିବାହ ପୂର୍ବରୁ ହିଁ ଜାମନଗରରେ ଗ୍ରାଣ୍ଡ ପ୍ରି- ୱେଡିଂ ଉତ୍ସବ ଆରମ୍ଭ ହୋଇଯାଇଛି ।

ଏହି ଇଭେଣ୍ଟରେ ତାରକାମାନଙ୍କ ଭିଡ଼ ଜମିବାରେ ଲାଗିଛି । ବଲିଉଡ, ହଲିଉଡ ଏବଂ କ୍ରିକେଟ୍ ଜଗତର ବଡ଼ ବଡ଼ ଷ୍ଟାର ଏଠାରେ ପହଞ୍ଚିଛନ୍ତି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବି ନିଜ ପତ୍ନୀଙ୍କ ସହ ଉତ୍ସବରେ ପହଞ୍ଚିଛନ୍ତି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ମହେନ୍ଦ୍ର ସିଂ ଧୋନି ବହୁତ କାଜୁଆଲ୍ ଲୁକ୍‌ରେ ଥିଲେ । ସେ ପୋଲୋ ଟି-ସାର୍ଟ ଏବଂ କଳା ଟ୍ରାକପ୍ୟାଣ୍ଟ କ୍ୟାରି କରିଥିଲେ । ତାଙ୍କ ସହିତ ପତ୍ନୀ ସାକ୍ଷୀ ଧୋନି ମଧ୍ୟ ପହଞ୍ଚିଥିଲେ । ସାକ୍ଷୀ ମଧ୍ୟ ତାଙ୍କ ଲୁକ୍‌କୁ ବହୁତ କାଜୁଆଲ୍ ରଖିଥିଲେ । ଲୋକମାନେ ସାକ୍ଷୀ ଧୋନିଙ୍କ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ କରିଛନ୍ତି ।

ଧୋନିଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ଜାହିର ଖାନ, ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ବ୍ରାଭୋଙ୍କ ପରି ବହୁ ନାମୀ କ୍ରିକେଟର ମଧ୍ୟ ସେମାନଙ୍କ ପରିବାର ସହିତ ପହଞ୍ଚିଛନ୍ତି । ଅନନ୍ତ ଅମ୍ବାନୀ ମୁକେଶ ଓ ନୀତାଙ୍କ ସାନପୁଅ । ରାଧିକା ହେଉଛନ୍ତି ଏନ୍‌କୋର ହେଲ୍‌ଥ କେୟାରର ସିଇଓ ବିରେନ ମର୍ଚାଣ୍ଟ ଓ ଉଦ୍ଦ୍ୟୋଗୀ ଶିଲା ମର୍ଚାଣ୍ଟଙ୍କ ସାନଝିଅ । ଅନନ୍ତ ଓ ରାଧିକା ଦୁହେଁ ପିଲାଦିନର ବନ୍ଧୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.