ଖେଳ ଜଗତରୁ ସନ୍ନ୍ୟାସ ନେଇପାରନ୍ତି ଧୋନୀ, ନିଜର ଅନ୍ତରଙ୍ଗ ବନ୍ଧୁକୁ ଜଣାଇଲେ ଏହି ନିଷ୍ପତ୍ତି

ମହିନ୍ଦ୍ରା ସିଂ ଧୋନୀ ଗତବର୍ଷର ୱାର୍ଲ୍ଡ କପ୍ ପରେ କ୍ରିକେଟ ଦୁନିଆରୁ ଦୁରେଇ ରହିଛନ୍ତି । ତେବେ ବର୍ତ୍ତମାନ୍ ସେ ଆଇପିଏଲ୍ ଜରିଆରେ ପୁଣିଥରେ ମଇଦାନକୁ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ କରୋନା ଭାଇରସ୍ ଯୋଗୁଁ ଆଇପିଏଲକୁ 15 ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ୍ ଶୁଣିବାକୁ ମିଳିଛି ଯେ ଧୋନୀ ଖେଳ ଜଗତରୁ ସନ୍ନ୍ୟାସ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି । ଖବର ମୁତାବକ ସେ ନିଜର ଏହି ନିଷ୍ପତ୍ତି ବିଷୟରେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ଜଣାଇଛନ୍ତି ।

MS Dhoni is the latest 'active' investor in town, bets on ...

ସୂଚନା ଅନୁଯାୟୀ ଧୋନୀ ଖେଳ ଜଗତରୁ ବିଦାୟ ନେବାପାଇଁ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଏହି ବିଷୟରେ ସେ ନିଜର ଘନିଷ୍ଠ ଲୋକଙ୍କୁ ଜଣାଇ ସାରିଛନ୍ତି । ଯଦିଓ ଏ ବିଷୟରେ ସେ BCCI କୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସଠିକ ଭାବେ ଜଣାଇ ନାହାଁନ୍ତି କିନ୍ତୁ ଅତିଶୀଘ୍ର ଧୋନୀ ଏନେଇ ଘୋଷଣା କରିବେ ବୋଲି ଶୁଣିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.