ଅଭ୍ୟାସ ସମୟରେ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କଲେନି ଧୋନି, ଷ୍ଟାଡିୟମରେ କଲେ ଛକା ବର୍ଷା
ଆଗାମୀ ଆଇପିଏଲ ସିଜିନ ପାଇଁ ଚେନ୍ନାଇ ସୁପର କିଙ୍ଗସ ଅଭ୍ୟାସ କରୁଛି । ଚେନ୍ନାଇ ଚେପାକ ଷ୍ଟାଡିୟମରେ ଧୋନି ଫ୍ୟାନ୍ସଙ୍କୁ ନିରାଶ ନ କରି ପୁଣି କରିଛନ୍ତି ଛକା ବର୍ଷା । ଧୋନିଙ୍କ ସହିତ ଅନ୍ୟ ଖେଳାଳି ମଧ୍ୟ ଅଭ୍ୟାସ କରୁଛନ୍ତି ।

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୬ତମ ସିଜିନ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଅନୁଷ୍ଠିତ ହେବ । ଆଗାମୀ ସିଜନ ପାଇଁ ଚେନ୍ନାଇ ସୁପରକିଙ୍ଗସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଟିମର ଅଧିକାଂଶ ଖେଳାଳି ଏବେ ଚେନ୍ନାଇ କ୍ୟାମ୍ପରେ ପ୍ରାକ୍ଟିସ କରୁଛନ୍ତି । ଆଉ ଅଭ୍ୟାସ କରୁଥିବା ସମୟରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ରସିଂ ଧୋନି ନେଟସରେ ଲମ୍ବା ଲମ୍ବା ଛକା ମାରୁଛନ୍ତି। ଆଉ ଧୋନି ପୁଣିଥରେ ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି ।
ଚେନ୍ନାଇ ସୁପରକିଙ୍ଗସ ଟିମ ଚେପାକରେ ଅଭ୍ୟାସ କରୁଛି । ଷ୍ଟାଡିୟମରେ ବାହାରେ ଖେଳାଳିଙ୍କୁ ଦେଖିବା ପାଇଁ ଲମ୍ବା ଲାଇନ ଲାଗିଛି । ଧୋନିଙ୍କୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି। ତେଣୁ ଷ୍ଟାଡିୟମ ଭିତରେ ଫ୍ୟାନ୍ସଙ୍କ ଭିଡ ଜମିଛି ।
Step down and smash! 🦁💥#MSDhoni • #IPL2023 • #WhistlePodu pic.twitter.com/5x3Mwr14er
— Nithish MSDian 🦁 (@thebrainofmsd) March 5, 2023
ଧୋନି ଅଭ୍ୟାସ ସମୟରେ ଛକା ଚଉକା ମାରୁଛନ୍ତି । ଆଉ ଫ୍ୟାନ୍ସ ମଧ୍ୟ ଏହାକୁ ଦେଖି ବହୁତ ଖୁସି ହୋଇଛନ୍ତି। କାହାକୁ ନିରାଶ କରିନାହାନ୍ତି ଧୋନି । ଧୋନି ଆକ୍ରାତ୍ମକ ସଟ୍ ଖେଳି ବଲ୍ ଷ୍ଟାଡିୟମ ବାହାରେ ପକାଇ ଦେଉଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
Dhoni smashing the ball 🏏💥@MSDhoni #MSDhoni @ChennaiIPL pic.twitter.com/C4qSIq2UJ3
— DHONI Era™ 🤩 (@TheDhoniEra) March 4, 2023
୨୦୨୦ରେ ଧୋନି ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଏହା ତାଙ୍କର ଶେଷ ଆଇପିଏଲ୍ ସିଜନ ହୋଇପାରେ ବୋଲି କୁହାଯାଉଛି ।