ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ହତ୍ୟା ଅଭିଯୋଗ, ଜାଣନ୍ତୁ ପୂରା ଘଟଣା

ଲଣ୍ଡନ : ଆମେରିକାର ବିଶ୍ୱ ଶ୍ରେଷ୍ଠ ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ତାଙ୍କ ରୋସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ଉଡ୍‌ସ ଓ ତାଙ୍କ ପ୍ରେମିକା ସମେତ କମ୍ପାନୀ ଉପରେ ମକଦ୍ଦମା କରିଛନ୍ତି ।

ଗତବର୍ଷ ଡିସେମ୍ବର ୧୦ ତାରିଖରେ ନିକୋଲସ ଇମ୍ମେସବର୍ଗର ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ଲୋକଙ୍କ କହିବା କଥା ହେଉଛି ଉଡ୍‌ସ ଓ ତାଙ୍କ ରେସ୍ତୋରାଁର କର୍ମଚାରୀମାନେ ଇମ୍ମେସବର୍ଗରକୁ ମଦ ପିଇ ଗାଡି ଚଳାଇବାରୁ ରୋକି ପାରିଥାନ୍ତେ । ହେଲେ ତାହା କଲେ ନାହିଁ ।

TIGER WOODS

ଇମ୍ମେସବର୍ଗର ‘ଦ ଉଡ୍‌ସ ଜୁପିଟର ବାର୍‌’ରେ ବାର୍‌ବୟ ଭାବରେ କାମ କରୁଥିଲେ । ଯାହାର ମାଲିକ ହେଉଛନ୍ତି ନିଜେ ଉଡ୍‌ସ । ତାଙ୍କର ସିଫ୍ଟ ଦିନ ୩ଟାରେ ଶେଷ ହେବାର ଥିଲା କିନ୍ତୁ ତାପରେ ବି ଇମ୍ମେସବର୍ଗର ବାର୍‌ରେ ବସି ମଦ ପିଉଥିଲେ । ପରେ ସନ୍ଧ୍ୟା ୬ଟା ସମୟରେ ନିଶାଗ୍ରସ୍ତ ଅବସ୍ଥାରେ କାର୍‌ ଚଳାଇ ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।

ଅଭିଯୋଗରେ କୁହାଯାଇଛି ଯେ ଇମ୍ମେସବର୍ଗରଙ୍କ ରକ୍ତରେ ଅଲକହଲର ମାତ୍ରା ଆବଶ୍ୟକତା ଠାରୁ ଅଧିକ ଥିଲା ଓ ସେ କାର୍‌କୁ ୭୦ କିମି ବେଗରେ ଚଲାଉଥିଲେ । ଯାହାଫଳରେ ଦୁର୍ଘଟଣା ହେଲା । ତେବେ ଏହି ଘଟଣା ପରେ ଉଡ୍‌ସ କହିଛନ୍ତି ଇମ୍ମେସବର୍ଗରଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.