Below header

ନ୍ୟାସନାଲ ୟୁନିଭରସିଟି ଗେମସ୍‌ର ଆଜି ତୃତୀୟ ଦିନ, ୩୫୦ଟି ୟୁନିଭରସିଟରୁ ଅଂଶ ଗ୍ରହଣ କରିଛନ୍ତି ୪ ହଜାରରୁ ଅଧିକ ପ୍ରତିଯୋଗୀ

ଭୁବନେଶ୍ବର(କେନ୍ୟୁଜ୍): କିଟ୍ ୟୁନିଭରସିଟରେ ଚାଲିଥିବା ନ୍ୟାସନାଲ ୟୁନିଭରସିଟି ଗେମସ୍‌ର ଆଜି ତୃତୀୟ ଦିନ । ଏଥିରେ ସାତୋଟି ଇଭେଣ୍ଟରେ ୩୫୦ଟି ୟୁନିଭରସିଟରୁ ୪ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ନ୍ୟାସନାଲ ୟୁନିଭରସିଟି ଅଫ୍ ଗେମସ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସଫ୍ଟ ଟେନିସ ରେ ୨୮ଟି ୟୁନିଭରସିଟିରୁ ୨୦୦ ଜଣ ପ୍ରତିଯୋଗୀ, ଫୁଟବଲ୍‌ରେ ୨୩ଟି ୟୁନିଭରସିଟରୁ ୪୬୦ ଜଣ ପ୍ରତିଯୋଗୀ, ଚେସ୍‌ରେ ୨୩ଟି ୟୁନିଭରସିଟିିରୁ ୧୬୦ ଜଣ, ଟେବଲ ଟେନିସ୍‌ରେ ୮୦ ୟୁନିଭରସିଟିରୁ ୪୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କିଟ୍ ଓ କିସ ମିଳିତ ସହଯୋଗରେ ଅଲ ଇଣ୍ଡିଆ ୟୁନିଭରସିଟି ସଫ୍ଟ ଟେନିସ, ଟଗ ଫର୍ ୱାର ଓ ଇଷ୍ଟ ଜୋନ ୟୁନିଭରସିଟ ବାସ୍କେଟ୍ ବଲ, ଚେସ୍‌, ଫୁଟବଲ୍ , ଟେବଲ ଟେନିସ୍‌, ଭଲିବଲ ପ୍ରତିଯୋଗିତା ହେଉଛି । ନ୍ୟାସନାଲ ୟୁନିଭରସିଟି ଅଫ୍ ଗେମସ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.