ପୁଅ ଜିତିବା ପରେ ଝୁମି ଝୁମି ନାଚିଲେ ନୀରଜ ଚୋପ୍ରାଙ୍କ ମା’, ମନକୁ ଛୁଇଁଯିବ ଏହି ଭିଡିଓ

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ଇତିହାସ ରଚିଛନ୍ତି ଅଲମ୍ପିକ ଚାମ୍ପିୟନ୍‌ ନୀରଜ ଚୋପ୍ରା। ସେ ଏହି ଚାମ୍ପିୟନ୍‌ସିପ୍‌ରେ ୧୦ ବର୍ଷ ପରେ ଦେଶକୁ ମେଡାଲ ଦେଇଛନ୍ତି। ଏହା ପରଠାରୁ ଦେଶରେ ଉତ୍ସବର ମାହୋଲ୍ଲ ଦେଖିବାକୁ ମିଳିଛି। ତାଙ୍କ ଗାଁରେ ଲୋକମାନେ ଖୁସିରେ ଝୁମୁଛନ୍ତି। ସେହିପରି ତାଙ୍କ ମା’ ମଧ୍ୟ ମନ ଖୁସିରେ ପ୍ରବଳ ଡ୍ୟାନ୍ସ କରିଛନ୍ତି। ନୀରଜ ଚୋପ୍ରାଙ୍କ ମା’ଙ୍କ ଡ୍ୟାନ୍ସିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ନୀରଜଙ୍କ ମା’ ସରୋଜ ଦେବୀ ଖୁସିରେ ଝୁମି ଝୁମି ନାଚୁଥିବା ଦେଖାଯାଇଛି। ସେ ନିଜ ପୁଅର ଆଉ ଏକ କୃତିତ୍ୱକୁ ମନ ଭରି ଉପଭୋଗ କରୁଛନ୍ତି। ପୁଅର ଏହି ଖୁସିରେ ସେ କେତେ ଖୁସି ଅଛନ୍ତି, ତାହା ତାଙ୍କ ନାଚରୁ ସ୍ପଷ୍ଟ ହୋଇଛି। ସରୋଜ ଦେବୀ କହିଛନ୍ତି, ତାଙ୍କର ବିଶ୍ୱାସ ଥିଲା ଯେ ନୀରଜ ନିହାତି ଭାବେ ମେଡାଲ ଜିତିବେ।

ଦେଖନ୍ତୁ ଭିଡିଓ:

ଦ୍ୱିତୀୟ ସ୍ଥାନରେ ରହିବା ପରେ ମଧ୍ୟ ନୀରଜ ଇତିହାସ ରଚିବାରେ ସକ୍ଷମ ହୋଇଛନ୍ତି। ସେ ଭାରତର ପ୍ରଥମ ପୁରୁଷ ଖେଳାଳି ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପରେ ପଦକ ଜିତିଛନ୍ତି। ୩୯ ବର୍ଷ ମଧ୍ୟରେ ନୀରଜ ଚୋପ୍ରା ଏହି ଚାମ୍ପିୟନ୍‌ସିପ୍‌ରେ ମେଡାଲ ଜିତିଥିବା ଦ୍ୱିତୀୟ ଭାରତୀୟ ଖେଳାଳି। ତାଙ୍କ ପୂର୍ବରୁ ଲମ୍ବା ଡିଆଁରେ ଭାରତୀୟ ମହିଳା ଆଥ୍‌ଲେଟ୍‌ ଅଞ୍ଜୁ ବେବି ଜଜ୍‌ ଏହି ପଦକ ଜିତିଥିଲେ। ଅଞ୍ଜୁ ୨୦୦୩ ମସିହାରେ ହୋଇଥିବା ଓ୍ଵାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ମେଡାଲ ଜିତିଥିଲେ।

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ତଥା ଅଲମ୍ପିକ ଚାମ୍ପିୟନ୍‌ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂରା ଦେଶ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ପୂର୍ବ ଅଲମ୍ପିକ ବିଜେତା ଅଭିନବ ବିନ୍ଦ୍ରା, ପିଟି ଉଷା, ପହିଲିମାନ ବଜରଙ୍ଗ ପୁନିଆ, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଇନ୍‌ ମନ୍ତ୍ରୀ କିରନ୍‌ ରିଜ୍‌ଜୁ, ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ ପକ୍ଷରୁ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Also Read: ଐତିହାସିକ ରୋପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ-ଏହା ଏକ ବିଶେଷ ମୁହୂର୍ତ୍ତ

You might also like