ଫାଇନାଲରେ ଥ୍ରୋ ପୂର୍ବରୁ ନୀରଜଙ୍କ ଜାଭେଲିନକୁ ନେଇଯାଇଥିଲେ ଅରଶଦ ନଦୀମ, ସେଥିପାଇଁ ପ୍ରଥମ ଥ୍ରୋକୁ ତରବରିଆ ଭାବେ ଫିଙ୍ଗିଥିଲେ ନୀରଜ

ଭାରତର ସୁନା ପୁଅ ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ୮୭.୫୮ ମିଟର ସବୁଠାରୁ ଲମ୍ବା ଥ୍ରୋ କରି ଭାରତକୁ ଟୋକିଓ ଅଲିମ୍ପିକର ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ। ନୀରଜ ସ୍ୱର୍ଣ୍ଣ ପଦକ ସହିତ ଭାରତର ଖେଳର ଏହି ମହାକୁମ୍ଭର ଯାତ୍ରା ଶେଷ ହୋଇଥିଲା। ନୀରଜଙ୍କ ସ୍ବର୍ଣ୍ଣ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲା। ନୀରଜଙ୍କୁ ଏଥିପାଇଁ ଅନେକ ପ୍ରଶଂସା, ଶୁଭେଚ୍ଛା ଏବଂ ପୁରସ୍କାର ମଧ୍ୟ ମିଳିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।

ନୀରଜ ନିକଟରେ ଏକ ଇଣ୍ଟରଭ୍ଯୁ ଦେଇଥିବା ବେଳେ କହିଛନ୍ତି, ପାକିସ୍ତାନୀ ଖେଳାଳି ଅରଶଦ ନଦୀମଙ୍କ କାରଣରୁ ସେ ପ୍ରଥମ ଥ୍ରୋ ତରବରିଆ ଭାବରେ ଫୋପାଡି ଥିଲେ। ସେ ଥ୍ରୋ ପୂର୍ବରୁ ତାଙ୍କୁ ନିଜର ଜାଭେଲିନ୍ ପାଇନଥିଲେ। ଏହାପରେ ଦେଖିବାକୁ ପାଇଥିଲେ ତାଙ୍କର ଜାଭଲିନ୍ ଅରଶଦ୍ ନଦୀମଙ୍କ ହାତରେ ରହିଛି ଓ ସେ ତାଙ୍କଠାରୁ ନିଜର ଜାଭେଲିନ୍ ମାଗିକି ତରବରିଆା ଭାବରେ ନିଜର ଥ୍ରୋ କରିଥିଲେ। ତରବରିଆ ଭାବରେ ସେ ୮୭.୦୩ ମିଟର ଲମ୍ବା ଥ୍ରୋ ଫୋପାଡି ଥିଲେ।

ନୀରଜ ଇଣ୍ଟରଭ୍ୟୁରେ ପାକିସ୍ତାନୀ ଖେଳାଳିଙ୍କୁ ପ୍ରଶଂସା କରିବା ସହ ତାଙ୍କର ସାହସ ବଢାଇଥିଲେ। ନୀରଜ କହିଛନ୍ତି, ଅରଶଦ୍ ନଦୀମ କ୍ବାଲିଫାଇିଂ ରାଉଣ୍ଡରେ ଖୁବ୍ ଭଲ ଖେଳିଥିଲେ। ସେ ଫାଇନାଲରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ। ଉଲ୍ଲେଖନୀୟ ଯେ, ଅରଶଦ୍‌ଙ୍କ ଟୋକିଓ ଅଲିମ୍ପିକରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୮୪.୬୨ର ଥିଲା ଓ ସେ ପଞ୍ଚମ ସ୍ଥାନରେ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.