ବାପା ମାଆଙ୍କୁ ପ୍ରଥମ ଥର ପାଇଁ ଫ୍ଲାଇଟରେ ବସାଇ ବୁଲାଇଲେ ନୀରଜ ଚୋପ୍ରା, ଦେଖନ୍ତୁ ବିମାନ ଭିତରର କିଛି ଫଟୋ

ନୂଆଦିଲ୍ଲୀ : ସ୍ୱପ୍ନ ପୂରଣ କଲେ ନୀରଜ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ସାକାର ହୋଇଛି । ଜାଭେଲିନ୍ ଥ୍ରୋରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିବା ନୀରଜ ଚୋପ୍ରା ଶନିବାର ଟ୍ୱିଟ୍ ଜରିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଏକ ଚାର୍ଟାର୍ଡ ଫ୍ଲାଇଟରେ ନୀରଜ ତାଙ୍କ ବାପା ମାଆଙ୍କ ସହିତ ଫଟୋ ସେୟାର କରିଛନ୍ତି।

ଫଟୋ ସେୟାର କରି ଏହାର କ୍ୟାପସନରେ ନୀରଜ ଲେଖିଛନ୍ତି, ‘ଆଜି ଜୀବନର ଗୋଟିଏ ସ୍ୱପ୍ନ ପୂରଣ ହୋଇଛି, ଯେତେବେଳେ ମୁଁ ମୋର ବାପାମାଆଙ୍କୁ ପ୍ରଥମ ଥର ବିମାନରେ ବସିଥିବାର ଦେଖିଲି । ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟୋକିଓରୁ ଫେରିବା ପରେ ନୀରଜଙ୍କ ବ୍ୟସ୍ତତା ବହୁତ ବଢ଼ିଯାଇଛି। ସେ ବିଭିନ୍ନ ସମ୍ମାନ କାର୍ଯ୍ୟକ୍ରମରେ କ୍ରମାଗତ ଭାବରେ ଯୋଗଦେଉଛନ୍ତି । ଏହି କାରଣରୁ ସେ ତାଙ୍କ ପରିବାର ଲୋକଙ୍କୁ ସମୟ ଦେଇ ପାରୁନାହାଁନ୍ତି। ତେଣୁ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ୨୦୨୧ରେ ଆୟୋଜିତ ହେବାକୁ ଥିବା ଅନେକ ଟୁର୍ଣ୍ଣାମେଣ୍ଟରେ ସେ ଅଂଶଗ୍ରହଣ କରିବେ ନାହିଁ ବୋଲି ଗତମାସରେ କହିଥିଲେ। କିନ୍ତୁ ୨୦୨୨ରେ ଏସୀୟ ଏବଂ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.