ଏସିଆ କପ୍‌ ଫାଇନାଲରେ ରେକର୍ଡ଼, ସିରାଜଙ୍କ ଜଲଓ୍ଵା ଓ ଲଙ୍କାର ଦୁର୍ଦ୍ଦଶା

ଭାରତ ବିପକ୍ଷରେ ଯେକୌଣସି ଦଳ ଭାବେ ଇଏ ହେଉଛି ସବୁଠାରୁ କମ୍‌ ଦଳଗତ ସ୍କୋର । ପୂର୍ବରୁ ୨୦୧୪ରେ ମିରପୁରଠାରେ ବାଂଲାଦେଶ କରୀଥିଲା ୫୮ ରନ୍‌ । ୨୦୦୫ରେ ଜିମ୍ବାେଓ୍ଵ ଦଳ ହରାରେ ଠାରେ ୬୫ ରନ୍‌ ସ୍କୋର କରିଥିଲା ।

ଆଜି ଏସିଆ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ଭାରତ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଲା । ଯାହା କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ସବୁଠାରୁ କମ୍‌ ସ୍କୋର । ପୂର୍ବରୁ ୨୦୦୦ ମସିହାରେ ସାରଜାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କରିଥିଲା ସର୍ବନିମକନ ୫୪ ରନ୍‌ । ୨୦୦୨ରେ ସେହି ସାରଜାରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା କରିଥିଲା ୭୮ ରନ୍‌ ।

ଭାରତ ବିପକ୍ଷରେ ଯେକୌଣସି ଦଳ ଭାବେ ଇଏ ହେଉଛି ସବୁଠାରୁ କମ୍‌ ଦଳଗତ ସ୍କୋର । ପୂର୍ବରୁ ୨୦୧୪ରେ ମିରପୁରଠାରେ ବାଂଲାଦେଶ କରୀଥିଲା ୫୮ ରନ୍‌ । ୨୦୦୫ରେ ଜିମ୍ବାେଓ୍ଵ ଦଳ ହରାରେ ଠାରେ ୬୫ ରନ୍‌ ସ୍କୋର କରିଥିଲା ।

ଭାରତ ପକ୍ଷରୁ ଦିନିକିଆ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି ଷ୍ଟୁଆର୍ଟ ବିନ୍ନି । ସେ ୨୦୧୪ରେ ମିରପୁର ଠାରେ ବାଂଲାଦେଶ ବିପକ୍ଷରେ ବିନ୍ନି ମାତ୍ର ୪ ରନ୍‌ରେ ୬ ଓ୍ଵିକେଟ୍‌ ନେଇଥିଲେ । ୧୯୯୩ରେ କୋଲକାତାରେ ଅନୀଲ କୁମ୍ବଲେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୨ ରନ୍‌ ଦେଇ ୬ ଓ୍ଵିକେଟ୍‌ ନେଇଥିଲେ । ସେହିପରି ୨୦୨୨ରେ ବୁମରା ଇଂଲଣ୍ଡ ବିପକ୍ଷରେ ଓଭାଲ ଠାରେ ୧୯ ରନରେ ୬ ଓ୍ଵିକେଟ୍‌ ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.