ବାଂଲାଦେଶକୁ ହରାଇ ସେମିଫାଇନାଲରେ ପାକିସ୍ତାନ, ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଟକ୍କର !

ଆଇସିସି ଟି-୨୦ ବିଶ୍ୱକପରେ ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ! ବର୍ତ୍ତମାନ ସେମି ଫାଇନାଲରେ ୪ଟି ଟିମ୍‌ ପହଞ୍ଚି ଯାଇଛନ୍ତି । ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିରେ ପ୍ରବେଶ କରିଥିବା ବେଳେ ଆଜି ବାଂଲାଦେଶକୁ ହରାଇ ପାକିସ୍ତାନ ସେମିରେ ପ୍ରବେଶ କରିଛି । ଏହି ତିନି ଟିମ୍‌ ସେମିଫାଇନାଲରେ ପ୍ରବେଶ କରିବା ପରେ ଭାରତର ସେମିଫାଇନାଲକୁ ଯିବା ନିଶ୍ଚିତ ହୋଇଯାଇଛି । କାରଣ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସ ଠାରୁ ପରାସ୍ତ ହେବା ପରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ପାଇଁ ସେମିକୁ ପ୍ରବେଶ ସହଜ ହୋଇଥିଲା ଏବଂ ଭାରତ ପାଇଁ ମଧ୍ୟ ରାସ୍ତା ପରିଷ୍କାର ହୋଇଯାଇଥିଲା ।

ଆଜି ଆଡଲେଡରେ ପାକିସ୍ତାନ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ପାକିସ୍ତାନ ୧୮.୧ ଓଭରରେ ୫ ଓ୍ଵିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା ।

ଏହି ୪ଟି ଟିମ୍‌ ମଧ୍ୟରେ ପ୍ରଥମେ ଗ୍ରୁପ-୧ର ପ୍ରଥମ କ୍ୱାଲିଫାୟର ନ୍ୟଜିଲାଣ୍ଡ ସହିତ ଗ୍ରୁପ-୨ର ଦ୍ୱତୀୟ କ୍ୱାଲିଫାୟର ଟିମ୍‌ ଇଣ୍ଡିଆସହିତ ସେମିଫାଇନାଲ ମ୍ୟାଚ୍‌ ହେବ । ସେହିପରି ଦ୍ୱିତୀୟ ସେମିଫାନାଲ ମ୍ୟାଚରେ ଗ୍ରୁପ-୨ର ପ୍ରଥମ କ୍ୱାଲିଫାୟର ପାକିସ୍ତାନ ସିହିତ ଗ୍ରୁପ-୧ର ଦ୍ୱିତୀୟ କ୍ୱାଲିଫାୟର ଇଂଲଣ୍ଡ ସହିତ ମ୍ୟାଚ୍‌ ହେବ ।

ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ହୋଇପାରେ :

ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଯଦି ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ଏବଂ ଅପରପକ୍ଷରେ ପାକିସ୍ତାନ ଯଦି ଇଂଲଣ୍ଡକୁ ହରାଏ ତେବେ ପାକିସ୍ତାନ –ଭାରତ ଫାଇନାଲ ହେବା ନିଶ୍ଚିତ ।

Also Read : ସାଉଥ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ, ସେମିରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.