ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କ ମୁଣ୍ଡ ହୋଇଗଲା ଟିଣ, ରାଗରେ ଭାଙ୍ଗିଦେଲେ ଟିଭି: ଭିଡିଓ ସେୟାର କଲେ ସେହ୍ଵାଗ

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଠାରୁ ପାକିସ୍ତାନ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସ ନିରାଶ ହୋଇଛନ୍ତି। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ମିଡିଆରେ ବୋବାଲ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଭାରତୀୟ ଫ୍ୟାନ୍ସ ହସି ହସି ଗଡିଯିବେ। ଭାରତ ଠାରୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସ ଟିଭି ଭାଙ୍ଗିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓକୁ ପୂର୍ବ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ମ୍ୟାଚ୍‌ ଦେଖୁଛନ୍ତି। ଭାରତ ପାକିସ୍ତାନ ମ୍ୟାଚ୍‌ ଚାଲୁଥିବା ବେଳେ ଶେଷ ବଲରେ ଅଶ୍ୱିନ ଯେଉଁ ସଟ୍‌ ଲଗାଇବା ଫଳରେ ମ୍ୟାଚ୍‌ ଭାରତ ଜିତିନେଇଥିଲା। ଏହି ମ୍ୟାଚ୍‌ ଦେଖୁଥିବା ବେଳେ ଜଣେ ଦର୍ଶକ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ରାଗରେ ଟିଭି ଭାଙ୍ଗୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓ ସେୟାର କରିବା ସହିତ ବୀରେନ୍ଦ୍ର ସେହ୍ଵାଗ କ୍ୟାପସନରେ ଲେଖିଛନ୍ତି, ରିଲାକ୍ସ ପଡୋଶୀ, ଏହା ତ ଏକମାତ୍ର ଖେଳ। ଆପଣମାନେ ଭଲ ପ୍ରୟାସ କରିଥିଲେ। ଆମେ ଏଠାରେ ଦୀପାବଳି ପାଇଁ ବାଣ ଫୁଟାଉଛୁ, ଆଉ ଆପଣମାନେ ଅଯଥାରେ ଟିଭି ଭାଙ୍ଗୁଛନ୍ତି। ତେବେ ସେହ୍ଵାଗଙ୍କର ଏହି ଭିଡିଓ ଭାଇରଲ ହେବାରେ ଲାଗିଛି। ୟୁଜର୍ସ ଏହାକୁ ନେଇ ମଜାଳିଆ ରିଆକ୍ସନ ମଧ୍ୟ ଦେଉଛନ୍ତି।

 

View this post on Instagram

 

A post shared by Virender Sehwag (@virendersehwag)

ଏହି ଭିଡିଓ ସୋସିଆଲ ମିଡିଆରେ ୪ ଲକ୍ଷ ୭୩ ହଜାରରୁ ଅଧିକ ଲାଇକ୍ସ ଏବଂ ୩.୨ ମିଲିଅନରୁ ଅଧିକ ଭ୍ୟୁ ହୋଇସାରିଛି। ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ଟିଭି ଭାଙ୍ଗିବା ପରେ ଇଏମଆଇ ଭରିବା କଥା ମନେ ପଡିବ। ତାକୁ ଭରିବାକୁ ପଡିବ। ଟିଭି ଭାଙ୍ଗିଲେ କ’ଣ ହେବ।

ଆଉ ଜଣେ କହିଛନ୍ତି, ଭାବୁଛି ପାକିସ୍ତାନରେ ଟିଭି ବେପାର କରିବି।

ଆଉ ଜଣେ କହିଛନ୍ତି, ଭାଙ୍ଗିଦିଅ… କଷ୍ଟ ଲାଗିଥିବ ନିଶ୍ଚିତ ।

Also Read : ଭାରତର ବିରାଟ ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ, ଶେଷ ଓଭରରେ ନୋ ବଲ୍‌କୁ ନେଇ ପାକ୍‌ ମିଡିଆରେ ବୋବାଲ୍‌