ଆଇପିଏଲ୍‌ରେ ଭାଇ ଭାଇ ଲଢ଼େଇ, ହାର୍ଦ୍ଦିକ ବନାମ କ୍ରୁନାଲ

ମୁମ୍ବାଇ : ଆରମ୍ଭ ହୋଇ ଯାଇଛି ଆଇପିଏଲ୍‌ ଲଢ଼େଇ । କ୍ରିକେଟ୍‌ ପ୍ରେମୀଙ୍କୁ ମିଳି ଯାଇଛି ପ୍ରତିଦିନ ସନ୍ଧ୍ୟା ବେଳେ ମନୋରଞ୍ଜନର ଖୋରାକ । ମ୍ୟାଚ୍‌କୁ ନେଇ ଚାଲୁଛି ଆନାଲିସିସ୍‌ । ପୁଣି ଖେଳାଳିଙ୍କ ଉପରେ ରହୁଛି ନଜର । ତେବେ ଏହା ଭିତରେ ଆଇପିଏଲ୍‌ରୁ ଆସିଛି ଆଉ ଏକ ରୋଚକ ଖବର। ଆଜିର ମ୍ୟାଚ୍‌ରେ ଦୁଇ ନୂଆ ଟିମ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନେ ହେଲେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ । ଏହି ଦୁଇ ଦଳରେ ଦୁଇ ଭାଇ ଖେଳୁଛନ୍ତି । ଆଜି ସେମାନେ ସାମନା ସାମନି ହେଉଛନ୍ତି । ଏମାନେ ହେଲେ ପାଣ୍ଡ୍ୟା ବ୍ରଦର୍ସ । ଗୁଜରାଟର ଅଧିନାୟକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲକ୍ଷ୍ନୌ ଦଳରେ ଖେଳୁଛନ୍ତି କ୍ରୁନାଲ ପାଣ୍ଡ୍ୟା ।
ଏହି ଦୁଇ ଭାଇ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ । ତେବେ ଗତ ସିଜିନ୍‌ରୁ ଏହି ନୂଆ ଦଳରେ ସେମାନେ ସାମିଲ ହୋଇଛନ୍ତି । ପୂର୍ବରୁ ଆଇପିଏଲ୍‌ରେ ଏଭଳି ଭାବେ ପଠାନ୍‌ ବ୍ରଦର୍ସ ଇରଫାନ୍‌ ଓ ୟସୁଫ ପରସ୍ପର ବିରୋଧରେ ଖେଳୁଥିଲେ ।

ଆଜିର ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ ସୁଯୋଗ ଦେଇଛି । ତେବେ ଲକ୍ଷ୍ନୌ ମାତ୍ର ୮ ଓଭର ଭିତରେ ୪ ଓ୍ଵିକେଟ୍‌ ହରାଇ ୩୬ ରନ୍‌ କରିଛି । ଗୁଜରାଟ ଫାଷ୍ଟ ବୋଲର ମହମ୍ମଦ ସାମି ୩ଟି ଓ୍ଵିକେଟ୍‌ ନେଇ ଲକ୍ଷ୍ନୌର ମୂଳଦୁଆ ଦୋହଲାଇ ଦେଇଛନ୍ତି । ଏବେ ଦେଖିବାର କଥା ହେଉଛି କେଉଁ ପାଣ୍ଡ୍ୟା ଭାଇ ତାଙ୍କ ଦଳକୁ ଜିତାଉଛନ୍ତି ।

 

Leave A Reply

Your email address will not be published.