ଶିଶୁପୁତ୍ରକୁ ଜନ୍ମ ଦେଲେ ରାଫେଲ ନଡାଲଙ୍କ ପତ୍ନୀ, ଶୁଭେଚ୍ଛା ଜଣାଇଲା ରିଅଲ୍‌ ମେଡ୍ରିଡ୍‌

ସ୍ପେନର ଟେନିସ୍ ଷ୍ଟାର ରାଫେଲ୍ ନଡାଲ୍ ବାପା ହୋଇଛନ୍ତି । ଅକ୍ଟୋବର ୮ ତାରିଖରେ ନଡାଲଙ୍କ ପତ୍ନୀ ମାରିଆ ଫ୍ରାନସିସ୍କାପେରେଲୋ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ସ୍ପେନର ଫୁଟବଲ୍ କ୍ଲବ୍ ରିଅଲ୍ ମେଡ୍ରିଡ୍ ନିଜ ଅଫିସିଆଲ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ନଡାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛି ରିଅର ମେଡ୍ରିଡ୍‌। ସାରା ବିଶ୍ୱରେ ପ୍ରଶଂସକ ଏବଂ ଆଥଲେଟମାନେ ନାଡାଲଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ୩୬ ବର୍ଷୀୟ ନଡାଲଙ୍କ ପତ୍ନୀ ଗର୍ଭବତୀ ହେବା ନେଇ ଜୁନ୍‌ ମାସରେ ସେୟାର କରିଥିଲେ ରାଫେଲ ନଡାଲ ।

ରିଅଲ ମେଡ୍ରିଡ ଟ୍ଵିଟ୍‌ କରି ଲେଖିଛନ୍ତି, ଆମର ପ୍ରିୟ ସମ୍ମାନଜନକ ସଦସ୍ୟ ରାଫେଲ ନଡାଲ ଏବଂ ମାରିଆଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଅଭିନନ୍ଦନ। ଏହି ମୁହୂର୍ତ୍ତର ଆନନ୍ଦ ବାଣ୍ଟିବାରେ ଆମେ ଆପଣଙ୍କ ସହ ଯୋଗଦେଉଛୁ । ଶୁଭେଚ୍ଛା!”
ତେବେ ଦମ୍ପତି ଦୁହେଁ ଶିଶୁପୁତ୍ରର ନାମ ରାଫେଲ୍‌ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଆଗରୁ ଲୋକପ୍ରିୟ।

ନାଡାଲ ୨୦୦୫ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ୧୪ ବର୍ଷ ଯାଏଁ ଡେଟ୍ କରିବ ପରେ ୧୯ ଅକ୍ଟୋବର ୨୦୧୯ ରେ ମାରିଆଙ୍କୁ ବିବାହ କରିଥିଲେ । ତିନି ବର୍ଷ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି।

ନଡାଲଙ୍କ ପତ୍ନୀ ମାରିଆ ପେରୋଲ ଜଣେ ବୀମା ଏଜେଣ୍ଟ। ଏହାଛଡା ରଫା ନଡାଲ ଫାଉଣ୍ଡେସନର ମଧ୍ୟ ପ୍ରାଜେକ୍ଟ ମ୍ୟାନେଜର। ସବୁବେଳେ ନଡାଲଙ୍କ ପତ୍ନୀ ମାରିଆ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି।

ସୂଚନାଯୋଗ୍ୟ, ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି ରାଫେଲ୍ ନଡାଲ୍। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ରୁଷର ଡାନିଲ ମେଦଭେଦେଭଙ୍କୁ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିାଲରେ ୨-୬, ୬-୭, ୬-୪, ୬-୪, ୭-୫ରେ ହରାଇଥିଲେ। ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା।

ସେ ଦୁନିଆର ସବୁଠୁ ଅଧିକ ୨୧ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଏବଂ ସ୍ଵିଜରଲାଣ୍ଡର ରୋଜର ଫେଡେରରଙ୍କୁ ପଛରେ ପକାଇ ଦେଇଛନ୍ତି। ଫେଡେରର ଏବଂ ଜୋକୋଭିକ୍ ସମାନ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି।

Also Read : ଅଷ୍ଟ୍ରେଲିଆ ମିଡିଆର ଖୁଲାସା, ବ୍ଲାକରେ ୫୦ ଗୁଣା ଅଧିକ ଦାମରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.