ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ : ବିରାଟଙ୍କ ସ୍ଥାନରେ ରଜତ ପାଟିଦାର !

ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଷ୍ଟାର ବ୍ୟାଟ ବିରାଟ କୋହଲି ନିଜ ନାମ ଫେରାଇ ନେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ବିରାଟ ଦୁଇଟି ଟେଷ୍ଟ ମ୍ୟାଚ ଖେଳିନପାରନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ବିରାଟ କୋହଲିଙ୍କ ସ୍ଥାନରେ ଖେଳି ପାରନ୍ତି ରଜତ ପଟିଦାର ।

ଆସନ୍ତାକାଲିରୁ ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ ଖେଳିବ । ଭାରତୀୟ ଟିମର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଛି । ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଷ୍ଟାର ବ୍ୟାଟ ବିରାଟ କୋହଲି ନିଜ ନାମ ଫେରାଇ ନେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ବିରାଟ ଦୁଇଟି ଟେଷ୍ଟ ମ୍ୟାଚ ଖେଳିନପାରନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ବିରାଟ କୋହଲିଙ୍କ ସ୍ଥାନରେ ଖେଳି ପାରନ୍ତି ରଜତ ପଟିଦାର । ତାଙ୍କୁ ଦଳରେ ସୁଯୋଗ ମିଳିପାରେ ।

ଗତବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ରଜତ ପଟିଦାର । ସେତେବେଳେ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିଥିଲେ । ୧୬ ରନରୁ କରିଥିଲେ ୨୨ ରନ୍ । ମଧ୍ୟପ୍ରଦେଶର ଡାହାଣ ହାତୀ ବ୍ୟାଟର ରଜତ ପଟିଦାର । ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ନିକଟରେ ଭାରତୀୟ-A ଟିମ୍ ପାଇଁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଟେଷ୍ଟରେ ୧୫୧ରନର୍ ବିସ୍ଫୋରକ ଇନିଂସ ଖେଳିଥିଲେ । ମଧ୍ୟପ୍ରଦେଶ ପାଇଁ ୫୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୨ ଶତକ ଓ ୨୨ ଅର୍ଦ୍ଧଶତକ ବଳରେ ୪ହଜାର ରନ୍ କରିଛନ୍ତି ରଜତ ପଟିଦାର ।

ଇଂଲଣ୍ଡ ବିପକ୍ଷ ଦୁଇଟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ସ୍କ୍ଵାର୍ଡ:

ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୟସଓ୍ଵାଲ, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ କିପର), କେଏସ ଭରତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା(ଉପ ଅଧିନାୟକ), ଆବେଶ ଖାନ, ରଜତ ପାଟିଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.