ଶୀଘ୍ର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ, ସାମ୍ନା କରିପାରନ୍ତି ଏପରି ସମସ୍ୟା

ଅନେକ ଥର ଲୋକମାନେ ବୁଝିପାରନ୍ତି ନାହିଁ ଯେ ଚୋବାଇବା ବିନା ଶୀଘ୍ର ଖାଇବା ଢୋକି ଦିଅନ୍ତି । ଅତି ଶୀଘ୍ର ଖାଇବା ଦ୍ୱାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇପାରିନଥାଏ । କେବଳ ଏତିକି ନୁହେଁ, ଆପଣଙ୍କ ଏହି ଅଭ୍ୟାସ ଅନ୍ୟାନ୍ୟ ଅନେକ ରୋଗର କାରଣ ମଧ୍ୟ ହୋଇପାରେ ।

ଲୋକମାନେ ବର୍ତ୍ତମାନ ପ୍ରତ୍ୟେକ କାମ ଖୁବ୍‌ ଶୀଘ୍ର କରିବାକୁ ଚାହୁଁଛନ୍ତି । ସେ କୌଣସି କାମ ହେଉ, କାହା ସହିତ କଥାବାର୍ତ୍ତା ହେଉ, ରୋଷେଇ କରିବା କିମ୍ବା ଖାଦ୍ୟ ଖାଇବା ଭଳି ଅନେକ କାମ ଶୀଘ୍ର କରିବାକୁ ଚାହୁଁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଶୀଘ୍ର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଶୀଘ୍ର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ । ବାସ୍ତବରେ ଅନେକ ଥର ଅଫିସ୍ କାମ କିମ୍ବା ଅନ୍ୟ କିଛି କାମ ଯୋଗୁ ଲୋକମାନେ ଖାଇବାକୁ ଠିକ୍‌ ଭାବେ ସମୟ ହେଉନାହିଁ । ଅନେକ ଥର ଲୋକମାନେ ବୁଝିପାରନ୍ତି ନାହିଁ ଯେ ଚୋବାଇବା ବିନା ଶୀଘ୍ର ଖାଇବା ଢୋକି ଦିଅନ୍ତି । ଅତି ଶୀଘ୍ର ଖାଇବା ଦ୍ୱାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇପାରିନଥାଏ । କେବଳ ଏତିକି ନୁହେଁ, ଆପଣଙ୍କ ଏହି ଅଭ୍ୟାସ ଅନ୍ୟାନ୍ୟ ଅନେକ ରୋଗର କାରଣ ମଧ୍ୟ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏପରି କରିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ।

ପେଟ ସମସ୍ୟା : ଶୀଘ୍ର ଖାଇବା ଯୋଗୁ ପାଟିରେ ଥିବା ସଲାଇବା ସଠିକ୍ ଭାବରେ କାମ କରିବାରେ ସକ୍ଷମ ହୁଏ ନାହିଁ । ଏହି କାରଣରୁ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ । ଅଧିକ ସମୟ ଧରି ଶୀଘ୍ର ଖାଇବାର ଅଭ୍ୟାସ ଯୋଗୁ ପେଟ ସମସ୍ୟା ସୃଷ୍ଟି ହୋଇପାରେ । କେବଳ ଏତିକି ନୁହେଁ, ଏପରି ଶୀଘ୍ର ଖାଇବା ଦ୍ୱାରା ଆପଣଙ୍କର ହଜମ ସମସ୍ୟା ମଧ୍ୟ ହୋଇପାରେ । ତେଣୁ ଖାଦ୍ୟକୁ ଭଲ ଭାବରେ ଚୋବାଇବା ଉଚିତ୍ ।

ଡାଇଭେଟିସ୍‌ ହେବାର ଆଶଙ୍କା : ଯେଉଁମାନେ ଶୀଘ୍ର ଖାଦ୍ୟ ଖାଆନ୍ତି, ସେମାନଙ୍କର ଓଜନ ବହୁତ ଶୀଘ୍ର ବଢିପାରେ । ଏହିପରି ଲୋକମାନଙ୍କଠାରେ ମେଦବହୁଳତା ଯୋଗୁ ଡାଇଭେଟିସ୍‌ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏହି ଅଭ୍ୟାସ ଆପଣଙ୍କୁ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବଢାଇପାରେ ।

ଓଜନ ବଢିବା ସମସ୍ୟା : ଅତ୍ୟଧିକ ଶୀଘ୍ର ଖାଇବା ଦ୍ୱାରା ଓଜନ ବଢିବା ସମସ୍ୟା ହୋଇପାରେ । ଯେତେବେଳେ ଆପଣ ଖାଇଥିବା ଖାଦ୍ୟକୁ କମ୍ ଚୋବାନ୍ତି, ସେତେବେଳେ ଓଜନ ବଢିବାର ଅଧିକ ସମ୍ଭାବନା ରହିଥାଏ । ଏପରି ପରିସ୍ଥିତିରେ ଆପଣ କମ ଖାଇବା ଭଳି ଅନୁଭବ କରନ୍ତି । ଏହି କାରଣରୁ ଆପଣ ଭୋକ ଅପେକ୍ଷା ଅଧିକ ଖାଅ ଦିଅନ୍ତି । ଯାହା ଆଗକୁ ଯାଇ ଆପଣଙ୍କ ଓଜନ ବଢାଇ ପାରନ୍ତି । କୁହାଯାଏ ଯେ ଗୋଟିଏ ବାଇଟ୍‌ ଅତି କମରେ ୧୫ ଏବଂ ସର୍ବାଧିକ ୩୨ ଥର ଚୋବାଇବା ଉଚିତ୍ ।

ଗଳାରେ ସମସ୍ୟା ହୋଇପାରେ : ବେଳେବେଳେ ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ଗଳାରେ ସମସ୍ୟା ହୋଇପାରେ । ଅତି ଶୀଘ୍ର ଖାଇବା ଦ୍ୱାରା ଖାଦ୍ୟ ଗଳାରେ ଫସି ରହିଥାଏ, ଯାହା ଫଳରେ ଗଳା ଖରାପ ହୋଇପାରେ । ଏପରି ହେବା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ । ତେବେ ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଖାଦ୍ୟକୁ ଭଲ ଭାବରେ ଚୋବାନ୍ତୁ ।

ଅନ୍ୟାନ୍ୟ ସମସ୍ୟା : ଆମ ଶରୀରର ସମସ୍ତ କାର୍ଯ୍ୟ ପରସ୍ପର ସହିତ ଜଡିତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ଏହି ସମସ୍ୟା ବ୍ୟତୀତ ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ମେଟାବୋଲିକ୍ ସିଣ୍ଡ୍ରୋମ, ହାର୍ଟ ଆଟାର୍କ, କୋଲେଷ୍ଟ୍ରଲର ଅଭାବ ଏବଂ ଷ୍ଟ୍ରୋକ୍ ଭଳି ରୋଗର ଆଶଙ୍କା ବଢିଯାଇପାରେ । ସେଥିପାଇଁ ଆପଣ ଖାଦ୍ୟ ଖାଇଲା ବେଳେ ଭଲ ଭାବେ ଚୋବାଇ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.