ପରସ୍ପରକୁ ଭେଟିଲେ ବରଫ ଏବଂ ସମୁଦ୍ର, ଭାଇରାଲ ହେଉଛି ଫଟୋ

ଏହି ମଧ୍ୟରେ ଜାପାନ ସମୁଦ୍ର କୂଳରେ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ବରଫ, ବାଲି ଏବଂ ସମୁଦ୍ର ଏକତ୍ର ମିଶି ଏପରି ଏକ ଦୃଶ୍ୟ ସୃଷ୍ଟି କରିଛନ୍ତି ଯେ ଯାହା ଦେଖିଲେ ସମସ୍ତଙ୍କ ହୃଦୟ ଖୁସିରେ ଭରି ଉଠିବ । ଜାପାନର ଫଟୋଗ୍ରାଫର ହିସା ସେଠାକାର ପଶ୍ଚିମ ଉପକୂଳରେ ଏକ ଚମତ୍କାର ଫଟୋ ଉଠାଇଛନ୍ତି ।

ସୋସିଆଲ୍ ମିଡିଆ ଏକ ଖୁବ ଅଦ୍ଭୁତ ଜିନିଷ । ଏଠାରେ ପ୍ରତ୍ୟକ ଦିନ କିଛି ନା କିଛି ନୂଆ ଜିନିଷ ସାମ୍ନାକୁ ଆସିଥାଏ । ଇନଷ୍ଟାଗ୍ରାମ ହେଉ କିମ୍ବା ଫେସବୁକ୍-ଟ୍ୱିଟର, ଏସବୁ ଏପରି ଏକ ଭଣ୍ଡାର ଯେଉଁଠାରେ ଅନେକ ସୁନ୍ଦର ଚିତ୍ର ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ । ଉଚ୍ଚ ପର୍ବତ, ନୀଳ ସମୁଦ୍ର, କଳାକାରମାନଙ୍କ ଦ୍ୱାରା ନିର୍ମିତ ଜିନିଷ ଆହୁରି କେତେ କ’ଣ – ଏଠାରେ ଅନେକ ପ୍ରକାରର ଦର୍ଶନୀୟ ସ୍ଥାନ ମଧ୍ୟ ଦେଖିବାକୁ ମିଳିଥାଏ, ଯାହା ଦେଖି ସାରା ବିଶ୍ୱରେ କ’ଣ ହେଉଛି ଅର୍ଥାତ କ’ଣ ସବୁ ରହିଛି ତାହା ଲୋକମାନେ ଦେଖିପାରୁଛନ୍ତି ।

ଏହି ମଧ୍ୟରେ ଜାପାନ ସମୁଦ୍ର କୂଳରେ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ବରଫ, ବାଲି ଏବଂ ସମୁଦ୍ର ଏକତ୍ର ମିଶି ଏପରି ଏକ ଦୃଶ୍ୟ ସୃଷ୍ଟି କରିଛନ୍ତି ଯେ ଯାହା ଦେଖିଲେ ସମସ୍ତଙ୍କ ହୃଦୟ ଖୁସିରେ ଭରି ଉଠିବ । ଜାପାନର ଫଟୋଗ୍ରାଫର ହିସା ସେଠାକାର ପଶ୍ଚିମ ଉପକୂଳରେ ଏକ ଚମତ୍କାର ଫଟୋ ଉଠାଇଛନ୍ତି । ଚିତ୍ରର ଗୋଟିଏ ପାର୍ଶ୍ୱରେ ବରଫର ଧଳା ଚାଦର ରହିଛି, ଅନ୍ୟ ପଟେ ଏକ ବୃହତ ନୀଳ ମହାସାଗର ବିସ୍ତାର ହୋଇରହିଛି । ଏହି ମଧ୍ୟରେ ଜଣେ ବ୍ୟକ୍ତି ସମୁଦ୍ର କୂଳରେ ଏକୁଟିଆ ବୁଲୁଛନ୍ତି । ବାହା! କି ଦୃଶ୍ୟ, ଲାଗୁଛି ଯେପରି ବରଫ ଏବଂ ସମୁଦ୍ର ପରସ୍ପରକୁ ଭେଟୁଛନ୍ତି ।

ଏହି ଫଟୋ ଦେଖିବା ପରେ ୟୁଜର୍ସ ଫଟୋଗ୍ରାଫର ହିସାଙ୍କର ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ଏହି ଫଟୋ ଇନଷ୍ଟାଗ୍ରାମ ପେଜ “wealth”ରେ ପୋଷ୍ଟ କରାଯାଇଛି ଯେଉଁଥିରେ କ୍ୟାପ୍ସନରେ ଲେଖା ଅଛି, ଜାପାନର ହକ୍କାଇଡୋ ବିଚ୍ ହେଉଛି ପୃଥିବୀର ଅନ୍ୟତମ ସୁନ୍ଦର ସ୍ଥାନ, ଯେଉଁଠାରେ ସମୁଦ୍ର, ବାଲି ଏବଂ ବରଫ ମିଳିତ ହୁଏ । ଏହି ଫଟୋକୁ ଲକ୍ଷ ଲକ୍ଷ ଲୋକ ଲାଇକ କରିଛନ୍ତି ।

ଏହି ଫଟୋକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ ଲୋକମାନେ ଏହି ଫଟୋରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଏହି ଫଟୋରେ ଲୋକଙ୍କଠାରୁ ଅନେକ ଆଶ୍ଚର୍ଯ୍ୟଜନକ କମେଣ୍ଟ ଆସୁଛି । ଜଣେ ବ୍ୟକ୍ତି ଲେଖିଛନ୍ତି, ଏହା ମୁଁ ଦେଖିଥିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର ଚିତ୍ର ମଧ୍ୟରୁ ଗୋଟିଏ । ଅନ୍ୟ ଜଣେ ଏହି ଦୃଶ୍ୟକୁ ଏତେ ଅନନ୍ୟ ଦେଖିଲେ ଯେ ସେ ଲେଖିଛନ୍ତି, “ଅଧିକାଂଶ ବେଳାଭୂମିରେ ଏଭଳି ତୁଷାରପାତ ହୁଏ ନାହିଁ କିନ୍ତୁ ଏହା ଅଦ୍ଭୁତ ।” ଏବେ ଏହି ସ୍ଥାନର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.