ସୌରଭ ଗାଙ୍ଗୁଲି ଆସିବା ପରେ ସିଲେକ୍ସନ ମିଟିଙ୍ଗରେ ଏଣ୍ଟ୍ରି କରିପାରିବେ ନାହିଁ ରବିଶାସ୍ତ୍ରୀ

ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ବହୁତ ଜଲଦି ନିଜର ନୂଆ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ଗାଙ୍ଗୁଲି କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ନୂଆ ଅଧ୍ୟକ୍ଷ ରୂପେ ୨୩ ଅକ୍ଟୋବରରେ କାର୍ଯ୍ୟଭାର ଦାୟିତ୍ୱ ବହନ କରିବେ। କିନ୍ତୁ ଏହା ପୂର୍ବରୁ ଗାଙ୍ଗୁଲି ଲୋଢା କମିଟିରେ କହିଛନ୍ତି ଟିମ୍ ଇଣ୍ଡିଆର କୋଚ ରବି ଶାସ୍ତ୍ରୀ ବର୍ତ୍ତମାନ ସିଲେକ୍ସନ କମିଟି ବୈଠକରେ ଭାଗ ନେବେ ନାହିଁ। ବାଂଲା ଦେଶ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ସିଲେକ୍ସନ ୨୧ ଅକ୍ଟୋବରରେ ହେବାକୁ ଥିବା ବେଳେ ବର୍ତ୍ତମାନ ୨୪ ଅକ୍ଟୋବରରେ ଟିମ୍ ଚୟନ କରାଯିବା ପାଇଁ ସ୍ଥିର ହୋଇଛି। ଅନ୍ୟପଟେ ୨୩ ଅକ୍ଟୋବରରେ ସୌରଭ ଗାଙ୍ଗୁଲି ବିସିସିଆଇ ର ଅଧ୍ୟକ୍ଷ ପଦର ଦାୟିତ୍ୱ ବହନ କରିବେ। କିନ୍ତୁ ସେ ସିଲେକ୍ସନ କମିଟି ବୈଠକରେ ଭାଗ ନେଇପାରିବେ ନାହିଁ, ଏଥିରେ ସେ ବୈଠକ ପୂର୍ବରୁ ସିଲେକ୍ସନ କମିଟିର ସଦସ୍ୟଙ୍କ ସହ ଆଲୋଚନା କରିପାରିବେ।
ଟିମ୍ ଚୟନ କରିବା ସମୟରେ ସିଲେକ୍ସନ କମିଟିର ସଦସ୍ୟ, କ୍ୟାପଟେନ ବିରାଟ କୋହଲି ଏବଂ ବୋର୍ଡର ସଚିବ ଉପସ୍ଥିତ ରହିବେ। କିନ୍ତୁ ଏଥିରେ କୋଚ ରବି ଶାସ୍ତ୍ରୀ ଏଣ୍ଟ୍ରି କରିପାରିବେ ନାହିଁ।
ଏହାସହ ପଢନ୍ତୁ: ଦୃଢ ଇଛା ଶକ୍ତି ଆଗରେ ହାର୍ ମାନିଛି ଆର୍ଥିକ ପରିସ୍ଥିତି, ଜାତୀୟ ସ୍ତରର କ୍ରୀଡାବିତ୍ ହୋଇପାରିଛନ୍ତି ରିକ୍ସା…
ଅନୁଧ୍ୟାନ କରାଯାଉଛି ସୌରଭ ଗାଙ୍ଗୁଲି ଆସିବା ପରେ କ୍ରିକେଟରେ ବିଶୃଙ୍ଖଳା ସ୍ଥିତି ଦେଖାଯିବ ନାହିଁ। ଟିମ୍ ଇଣ୍ଡିଆର କୋଚ ରବି ଶାସ୍ତ୍ରୀ ଏବଂ ବିସିସିଆଇ ର ନୂଆ ଅଧ୍ୟକ୍ଷ ହେବାକୁ ଯାଉଥିବା ସୌରଭ ଗାଙ୍ଗୁଲିଙ୍କ ମତ ଭେଦ ଉଚିତ। ୨୦୧୭ ମସିହା ଚ୍ୟାମ୍ପିୟାନ୍ସ ଟ୍ରଫି ସମୟରେ କୋଚ ଥିଲେ ଅନିଲ କୁମ୍ବଲେ ଏବଂ କ୍ୟାପଟେନ ବିରାଟ କୋହଲି ମଧ୍ୟରେ ହୋଇଥିବା ମତଭେଦ ପରେ କୁମ୍ବଲେ କୋଚ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ କୋହଲି ଶାସ୍ତ୍ରୀଙ୍କୁ କୋଚ କରିବା ପାଇଁ ମତ ରଖିଥିଲେ, ଯାହା ପକ୍ଷରେ ଗାଙ୍ଗୁଲି ସହମତ ନଥିଲେ। ରିପୋର୍ଟ ଅନୁଯାୟୀ ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ପ୍ରଶାସକ ସମିତି ଏବଂ ସଚିନ ତେନ୍ଦୁଲକରଙ୍କ କାରଣରୁ ସୌରଭ ଗାଙ୍ଗୁଲିଙ୍କୁ ପଛକୁ ହଟିବାକୁ ପଡ଼ିଥିଲା। ଅନ୍ୟପଟେ ସୌରଭ ଗାଙ୍ଗୁଲି ଅନେକ ସୁଯୋଗରେ ଶାସ୍ତ୍ରୀଙ୍କ ବିପକ୍ଷରେ ବିଶେଷ ଘଟଣା ସାମ୍ନାକୁ ଆଣିସାରିଛନ୍ତି।