Below header

ବାପା ହେଲେ ଟିମ୍ ଇଣ୍ଡିଆର ହିଟମ୍ୟାନ୍, ଜାଣନ୍ତୁ ରୋହିତଙ୍କର ପୁଅ ହେଲା ନା ଝିଅ

ରୋହିତ୍ ଶର୍ମାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ହିଟମ୍ୟାନ୍ । ରୋହିତଙ୍କ ଘରକୁ ଆସିଛି ଲକ୍ଷ୍ମୀ । ରବିବାର ବିଳମ୍ବିତ ରାତିରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି ରୋହିଙ୍କ ପତ୍ନୀ ରିତିକା । ଏନେଇ ଇନଷ୍ଟାଗ୍ରାମ୍ ମାଧ୍ୟମରେ ଜଣାଇଛନ୍ତି ରିତିକା ତଥା ସୋହେଲ୍ ଖାନଙ୍କ ପତ୍ନୀ ସୀମା ଖାନ୍ ।

ନିକଟରେ ରୋହିତ ଶର୍ମା ଏକ ଚାଟ୍ ଶୋରେ ଅଷ୍ଟେଲିଆର ପୂର୍ବତନ କ୍ରିକେଟର୍ ମାଇକେଲଙ୍କୁ ପିତା ହେବାକୁ ଯାଉଥିବା କଥା କହିଥିଲେ । ସେ କହିଥିଲେ , ମୁଁ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛି । ଏହି ଖୁସିର ମୁହୂର୍ତ୍ତକୁ ଅପେକ୍ଷା କରିଛି ଯାହା ପରେ ସବୁକିଛି ବଦଳିଯିବ । ମୁଁ ନିଜେ ବାପା ହେବାକୁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.