Below header

ରୋହିତଙ୍କ କାର୍ଯ୍ୟଭାର କମ୍‌ କରିବାକୁ ଚାହୁଁଛନ୍ତି ଚୟନକର୍ତ୍ତା ଟିମ୍‌, ଖୁବଶୀଘ୍ର ଟି-୨୦ ଅଧିନାୟକ ଦାୟିତ୍ୱରୁ ମିଳିପାରେ ଛୁଟି

ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ଅଧିନାୟକ ରହିଛନ୍ତି। ବିରାଟଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେଇଛନ୍ତି ରୋହିତ ଶର୍ମା। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ରୋହିତ ଶର୍ମାଙ୍କୁ ଖୁବଶୀଘ୍ର ଟି-୨୦ କ୍ରିକେଟ ଅଧିନାୟକ ପଦରୁ ବାଦ୍‌ ଦିଆଯିବ। ଆଉ ଚୟନକର୍ତ୍ତା ଟିମ୍‌ ନୂଆ ଅଧିନାୟକ ପାଇଁ ଆଉ ଜଣେ ଖେଳାଳିଙ୍କୁ ସିଲେକ୍ଟ କରିଛନ୍ତି।

ନିକଟରେ ବୀରେନ୍ଦ୍ର ସେହ୍ଵାଗ କହିଛନ୍ତି, ରୋହିତ ଶର୍ମା ଟି-୨୦ ଟିମ୍‌ର ଅଧିନାୟକତ୍ୱରୁ ଆରାମ ଦିଆଯିବ ଉଚିତ। ଏବେ ଚୟନକର୍ତ୍ତା ଟିମ୍‌ ସେହ୍ଵାଗଙ୍କ କଥା ଶୁଣିଛନ୍ତି। ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା କାମ ପ୍ରେସର କମ୍‌ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ରୋହିତ ଏବେ ଇଂଲଣ୍ଡ ଗସ୍ତରେ ରହିଛନ୍ତି। କିନ୍ତୁ କରୋନା ଯୋଗୁଁ ପ୍ରଥମ ମ୍ୟାଚ ଖେଳିପାରିବେ କି ନାହିଁ ତାହା ଜଣାପଡିନାହିଁ।

ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ କ୍ରିକେଟର ଅଧିନାୟକ ଦାୟିତ୍ୱ ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେଇଛନ୍ତି। ତେଣୁ ରୋହିତ ଶର୍ମାଙ୍କୁ ରିପ୍ଲେସ କରିବାକୁ ପ୍ରସ୍ତୁତ ରହିଛନ୍ତି ଚୟନକର୍ତ୍ତା ଟିମ୍‌। ଭବିଷ୍ୟତରେ ରୋହିତଙ୍କୁ କମ୍‌ ପ୍ରେସର ଦେବା ପାଇଁ ଟି-୨୦ ଅଧିନାୟକ ଦାୟିତ୍ୱରୁ ବାଦ୍‌ ଦିଆଯାଇପାରେ।

Virat-Kohli-Rohit-Sharma

ସେହ୍ଵାଗ ଭାରତ-ଇଂଲଣ୍ଡ ସିରିଜ ପ୍ରସାରଣ ହେଉଥିବା ଚ୍ୟାନେଲରେ ହେଉଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଟି-୨୦ର ନୂଆ ଅଧିନାୟକ ହେବା ଦ୍ୱାରା ରୋହିତ ବ୍ରେକ୍‌ ନେଇ ଟେଷ୍ଟ ଏବଂ ଦିନିକିଆ ଉପରେ ଫୋକସ କରିପାରିବେ। କାର୍ଯ୍ୟଭାର ଏବଂ ମାନସିକ ଥକ୍କାପଣ ଦୂର କରିପାରିବେ। ତାଙ୍କ ବୟସ ଅନୁସାରେ ଏଭଳି ନିଷ୍ପତ୍ତି ନେଇପାରନ୍ତି ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା।

ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇଥିଲା । ବର୍ଷା ପାଇଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟରେ ୧୦୮ ରନ କରିଥିଲା ।

ଭାରତ ୯.୨ ଓଭରରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଟିମ୍‌ ଇଣ୍ଡିଆ । ଦଳ ପକ୍ଷରୁ ଓପନର ଦୀପକ ହୁଡ୍ଡା ସର୍ବାଧିକ ୪୭ ରନ କରି ଅପରାଜିତ ଥିଲେ । ଇଶାନ କିଷାନ ୨୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିଲେ । ଦୁଇ ମ୍ୟାଚ ବିଶିଷ୍ଟ ସିରିଜିର ଦ୍ୱିତୀୟ ମ୍ୟାଚ୍‌ ଆଜି ଖେଳାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.