ମ୍ୟାଚ୍‌ ଅଧାରୁ ହସପିଟାଲରେ ପହଞ୍ଚିଲେ ରୋହିତ ଶର୍ମା, ଭାରତୀୟ ଫ୍ୟାନ୍ସ ନିରାଶ

ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଛି ବଡ଼ ଝଟକା। ମ୍ୟାଚ୍ ଅଧାରୁ ହସ୍ପିଟାଲରେ ପହଞ୍ଚିଲେ ଦଳର ଅଧିନାୟକ ରୋହିତ ଶର୍ମା। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢା ଆଙ୍ଗୁଠିରେ ଜୋରରେ ମାଡ଼ ହୋଇଥିଲା। ଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ କରିଥିଲେ।

ରୋହିତଙ୍କ ସମସ୍ୟା ଗୁରୁତର ଥିବାରୁ ମ୍ୟାଚ୍ ଅଧାରୁ ତାଙ୍କୁ ଏକ୍ସ-ରେ ପାଇଁ ଢାକା ହସ୍ପିଟାଲ ଯାଥଇଲେ । ବାଂଲାଦେଶ ଇନିଂସର ଦ୍ୱିତୀୟ ଓଭରରେ ଏହି ଘଟଣା ଘଟିଥିଲା। ମହମ୍ମଦ ସିରାଜ ବୋଲିଂ କରୁଥିବା ବେଳେ ବ୍ୟାଟିଂ କରୁଥିଲେ ଅନମମୁଲ ହକ୍।

ତେବେ ବ୍ୟାଟରେ ଏଡଜ ହୋଇ ବଲ୍ଟି ସ୍ଲିପରେ ଫିଲ୍ଡିଂ କରିଥିବା ରୋହିତଙ୍କ ପାଖକୁ ଯାଇଥିଲା। ସେ ବଲକୁ କ୍ୟାଚ୍ କରିବା ପାଇଁ ଦୁଇଟି ଯାକ ହାତ ବଢ଼ାଇଥିଲେ ମଧ୍ୟ କ୍ୟାଚ୍ ଧରିପାରି ନଥିଲେ। ଏତିକି ବେଳେ ବଲ୍ଟି ତାଙ୍କ ବୁଢ଼ା ଆଙ୍ଗୁଠିରେ ମାଡ଼ ହୋଇଥିଲେ। ମାଡ ହେବା ପରେ ରୋହିତ ଯନ୍ତ୍ରଣା ସହି ନ ପାରି ଡ୍ରେସିଂ ରୁମକୁ ଯାଇଥିଲେ । ସେଠାରୁ ସ୍କାନ ପାଇଁ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲେ। ଦ୍ୱିତୀୟ ଓଭର ପରଠାରୁ ରୋହିତ ଆଉ ମଇଦାନକୁ ଫେରି ନଥିଲେ । କେବଳ ରୋହିତ ନୁହେଁ ଦୀପକ ଚହର ମଧ୍ୟ ଏହି ମ୍ୟାଚରେ ଆହତ ହୋଇଛନ୍ତି। ସେ ମଧ୍ୟ ପଡିଆ ଛାଡିଥିବା ନଜର ଆସିଥିଲେ। ତେବେ ରୋହିତ ଆହତ ହେବା ଟିମ୍‌ ଇଣ୍ଡିଆର ବ୍ୟାଟିଂ ଉପରେ ପ୍ରଭାବ ନିଶ୍ଚିତ ପକାଇବ।

ଢାକାର ସେର ବାଙ୍ଗଲା ନ୍ୟାସନାଲ ଷ୍ଟାଡିୟମରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଭାରତୀୟ ବୋଲରଙ୍କ ବୋଲିଂକୁ ସାମ୍ନା କରିପାରିନଥିଲା।

ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମର ଅଧିନାୟକ ଲିଟନ ଦାସ ଏବଂ ଅନାମୁଲ ହକ୍‌ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ସିରାଜଙ୍କ ବଲର ଶିକାର ହୋଇଥଇଲେ ଅନାମୁଲ ହକ୍‌। ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ତା’ ପରେ ଟିମର ସ୍କୋର ୩୯ ଥିବା ବେଳେ ଅଧିନାୟକ ଲିଟନ ମଧ୍ୟ ୭ ରନ୍‌ କରି ସିରାଜଙ୍କ ବୋଲିଂର ଶିକାର ହୋଇଥିଲେ।ଏନ୍.ଏଚ୍ ସାଣ୍ଟୋ ୨୧ ରନ୍‌, ଶକିବ ଅଲ ହସନ ୮ ରନ, ମୁସଫିକର ରହିମ ୧୨ ରନ, ଆଫିଫ ହୋସେନ ୦ ରନ୍‌ କରି ଆଉଟ୍‌ ହୋଇଥିଲେ । ହେଲେ ହସନ ମିରାଜ ଏବଂ ମହମୁଦୁଲ୍ଲାଙ୍କ ଯୋଡି ବାଂଲାଦେଶ ପାଇଁ ବିଶାଳ ସ୍କୋର କରିଥିଲେ। ତେବେ ମହମୁଦୁଲ୍‌ଲା ୭୭ ରନ୍‌ କରି ଉମ୍ରାନଙ୍କ ଶିକାର ହୋଇଥିଲେ । ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ କମାଲ୍‌ କରିଥିଲେ । ହସନ ମିରାଜ ୧୦୦ ରନ କରି ଅପରାଜିତ ରହିଥିଲେ ।