ଗାଁରେ ବର୍ଷୁଛି ଗୁଳି, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଖୁଣ୍ଟୁଣି ଥାନା ନୂଆଶାସନ ଗାଁରେ ଗୁଳି ବର୍ଷାକୁ ନେଇ ଚର୍ଚ୍ଚା ଜୋର । ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହାର ଅନୁଧ୍ୟାନ ପାଇଁ ଏସପିଙ୍କୁ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ନରାଜ ଫାୟରିଂ ରେଞ୍ଜର ଏକ ହଜାର ଗଜ ଭିତରେ କୌଣସି ଜନବସତି ନାହିଁ । ରେଞ୍ଜ ନିକଟରେ ଏକ ପାହାଡ଼ ଅଛି । ପାହାଡ଼ ଟପି ଗୁଳି ଏତେ ବାଟ ଯିବା ସମ୍ଭବ ନୁହେଁ । ପାହାଡ଼ରୁ ଅନେକ ଦୂରରେ ଜନବସତି ରହିଛି ବୋଲି କହିଛନ୍ତି । ଅତି ବେଶୀରେ ଗୁଳି ଏକ ହଜାର ଗଜ ପର୍ଯ୍ୟନ୍ତ ଯାଇ ପାରିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।

ସେପଟେ ଗତ ୪ବର୍ଷ ହେଲା ଗାଁରେ ଗୁଳି ପଡୁଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ । ମାସକୁ ପ୍ରାୟ ୭ରୁ ୮ଦିନ ଏଭଳି ଗୁଳିବର୍ଷା ହେଉଥିବା ଅଭିଯୋଗ କରିଛନ୍ତି ଗାଁଲୋକ । ଗୁଳି କେଉଁଠୁ ଆସୁଛି ତାହା ଜଣାପଡୁନାହିଁ । ଗୁଳି ପଡି ଅନେକ ଲୋକଙ୍କ ଘର ଆଜବେଷ୍ଟ କଣା ହୋଇଗଲାଣି । କିଛି ଲୋକଙ୍କ ହାତ ଓ ଗୋଡରେ ମଧ୍ୟ ଗୁଳି ବାଜିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.