Below header

ଭାରତ ପାଇଁ ଡେବ୍ୟୁ କରିବା ପୂର୍ବରୁ ପାକିସ୍ତାନ ପାଇଁ ଖେଳିଥିଲେ ସଚିନ ତେନ୍ଦୁଲକର !

ଦୁନିଆର ମହାନ କ୍ରିକେଟର ଭାରତର ସଚିନ ତେନ୍ଦୁଲକର ୧୯୮୯ ନଭେମ୍ବରରେ କରାଚିରେ ପାକିସ୍ତାନ ବିପକ୍ଷରେ ଥିବା ଟେଷ୍ଟ ମ୍ୟାଚ ଜରିଆରେ ଇଣ୍ଟରନ୍ୟାସନଲ କ୍ରିକେଟରେ ପାଦ ରଖିଥିଲେ। ଏହାପରେ ସେ ଡିସେମ୍ବରରେ ୱାନଡେ କ୍ରିକେଟରେ ଡେବ୍ୟୁ କଲେ। ୧୬ ବର୍ଷ ବୟସରେ ଇଣ୍ଟରନ୍ୟାସନଲ କ୍ରିକେଟରେ ପାଦ ଥାପିଥିବା ସଚିନ ଏହାପୂର୍ବରୁ ଅନେକ ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି। ୨୦୦ ଟେଷ୍ଟ ମ୍ୟାଚ ଏବଂ ୪୬୩ ୱାନଡେ ମ୍ୟାଚ ଖେଳିଛନ୍ତି।

sachinnକିନ୍ତୁ ବହୁତ କମ ଲୋକେ ଜାଣିଥିବେ ଯେ ଇଣ୍ଟରନ୍ୟାସନଲ କ୍ରିକେଟରେ ଭାରତରେ ଡେବ୍ୟୁ କରିବା ପୂର୍ବରୁ ସଚିନ ପାକିସ୍ତାନ ଟିମ ପକ୍ଷରୁ ଭାରତ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ। ସେହି ସମୟରେ ତାଙ୍କ ବୟସ ମାତ୍ର ୧୩ ବର୍ଷ ଥିଲା। ୧୯୮୭ର କଥା, ଯେତେବେଳେ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ୍ସସିବିସନ ମୁକାବିଲା ଖେଳା ଯାଇଥିଲା। ଯଦିଓ ଏହି ମ୍ୟାଚକୁ ରେକର୍ଡରେ ସାମିଲ କରାଯାଇନାହିଁ।

ଇମ୍ରାନ ଖାନ ଥିଲେ ଟିମର ଅଧିନାୟକ

tendulkar୨୦ ଜାନୁଆରୀ ୧୯୮୭ରେ କ୍ରିକେଟ କ୍ଲବ ଅଫ ଇଣ୍ଡିଆର ଗୋଲଡେନ ଜୁବଲିରେ ମୁମ୍ବାଇର ବ୍ରେବର୍ନ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଖେଳାଯାଇଥିଲା। ସେହି ମ୍ୟାଚର ଅଧିନାୟକ ଥିଲେ ଇମ୍ରାନ ଖାନ। ଏହି ମ୍ୟାଚ ପରେ ଦୁଇ ଟିମଙ୍କ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବାକୁ ଥିଲା। ପ୍ରଦର୍ଶନୀ ମ୍ୟାଚ ୪୦-୪୦ ଓଭରର ଥିଲା। ଯେଉଁ ସମୟରେ ଭାରତୀୟ ଦଳ ବ୍ୟାଟିଂ କରୁଥିଲେ ସେହି ସମୟରେ ଲଞ୍ଚ ପାଇଁ ଜାଭେଦ ମିୟାଦାଦ ଏବଂ ଅବଦୁଲ କାଦିର ଫିଲଡ଼ ଛାଡ଼ିଦେଇଥିଲେ। ଏହି ସମୟରେ ପାକିସ୍ତାନ ପାଖରେ ସବଷ୍ଟିଚ୍ୟୁଟ ଖେଳାଳିଙ୍କର ବିକଳ୍ପ ନଥିଲେ। ଏହି ସମୟରେ ୧୩ ବର୍ଷର ସଚୀନଙ୍କୁ ପାକିସ୍ତାନ ଟିମ ପକ୍ଷରୁ ଫିଲ୍ଡିଂ କରିବା ପାଇଁ ପଡିଆକୁ ପଠାଯାଇଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ସଚିନ ଫିଲ୍ଡିଂ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.