“ଫେଡ଼ ଅପ ହାର୍ଟ” ପୁରସ୍କାର ପାଇଁ ମନୋନୀତ ହେଲେ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା

ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା “ଫେଡ଼ ଅପ ହାର୍ଟ” ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କହି ରଖିବା ଉଚିତ ହେବକି, ଏହି ମର୍ଯ୍ୟାଦା ଜନକ ପୁରସ୍କାର ପାଇଁ ମନୋନୀତ ହେବାରେ ସାନିଆ ହେଉଛନ୍ତି ପ୍ରଥମ ଭାରତୀୟ । ନିକଟରେ ହିଁ ସାନିଆ ଚାରି ବର୍ଷର ବ୍ୟବଧାନ ପରେ “ଫେଡ଼ କପ ଟେନିସ ଟୁର୍ନାମେଣ୍ଟ”କୁ ଫେରିଥିଲେ । ଭାରତକୁ ପ୍ରଥମ ଥର ପାଇଁ “ଫେଡ଼ କପ ପ୍ଲେ ଅଫ”ରେ ସ୍ଥାନ ଦେବାରେ ସାନିଆ ଏକ ପ୍ରମୁଖ ଭୂମିକା ନିଭେଇଥିଲେ ।

tennis

ଅଖିଳ ଭାରତୀୟ ଟେନିସ ସଂଙ୍ଘ ଦ୍ୱାରା ଜାରି ହୋଇଥିବା ଏକ ବୟାନରେ ସାନିଆ କହିଥିଲେକି, “୨୦୦୩ ମସିହାରେ ଭାରତୀୟ ପୋଷାକ ପରିଧାନ କରି ଟେନିସ କୋର୍ଟକୁ ଓଲ୍ହାଇବା ମୋ ଜୀବନର ସବୁଠୁ ଗର୍ବର ମୂହୂର୍ତ୍ତ ଥିଲା । ସେବେଠାରୁ ହିଁ ମୁଁ ଦୀର୍ଘ ୧୮ ବର୍ଷର ଟେନିସ ଯାତ୍ରା କରି ଆସୁଛି । ଭାରତୀୟ ଟେନିସରେ ଏପରି ଯୋଗଦାନ ଦେଇ ମୁଁ ଆଜି ଗର୍ଵ ଅନୁଭବ କରୁଛି । ଗତ ମାସ “ଫେଡ଼ କପ ଟୁର୍ନାମେଣ୍ଟ”ରେ ମିଳିଥିବା ସଫଳତା ମୋ କ୍ୟାରିୟରର ସବୁଠୁ ବଡ ଉପଲବ୍ଧି ଗୁଡିକ ମଧ୍ୟରୁ ଗୋଟିଏ । ସାନିଆ ଆହୁରି ମଧ୍ୟ କହିଛନ୍ତିକି, ପ୍ରତ୍ୱକ ଖେଳାଳି ଏକ ବିଶେଷ ମୁହୂର୍ତ୍ତ ପାଇଁ ହିଁ ଖେଳିଥାନ୍ତି ।

ସୂଚନା ଅନୁଯାୟୀ ହାର୍ଟ ପୁରସ୍କାର ବିଜେତାଙ୍କ ଚୟନ ଅନଲାଇନ ଭୋଟିଂ ମାଧ୍ୟମରେ ହିଁ କରାଯିବ । ଯାହାକି ମେ ମାସ ୧ ତାରିଖରୁ ଆରମ୍ଭ ହୋଇ ମେ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ହେଉଛି ଫେଡ଼ କପ ହାର୍ଟ ପୁରସ୍କାରର ୧୧ ତମ ସଂସକଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.